କଟକ: ତ୍ୱରାନ୍ୱିତ ହେବ ଏସସିବି ସମ୍ପ୍ରସାରଣ କାମ । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଜିଲ୍ଲାପ୍ରସାସନ ପକ୍ଷରୁ କୁହାଯିବା ପରେ ଚିନ୍ତାରେ ବସ୍ତି ବାସିନ୍ଦା।
ଚୂନଭାଟି ବସ୍ତିକୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପ୍ରଚାର ହେବା ପରେ ଏହାକୁ ବସ୍ତି ବାସିନ୍ଦାମାନେ ବିରୋଧ କରିଛନ୍ତି । ପ୍ରଥମେ ଥଇଥାନ କରାଯାଉ ଓ ପରେ ଉଚ୍ଛେଦ କାମ ଆରମ୍ଭ କରିବାକୁ ବସ୍ତି ବାସିନ୍ଦାମାନେ ଦାବି କରିଛନ୍ତି । ତେବେ ଏହାକୁ ବିରୋଧକରି ବସ୍ତି ବାସିନ୍ଦା ମିଳିତମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଥଇଥାନ ନ କରି ଉଚ୍ଛେଦ କଲେ ସମସ୍ତ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେବେ ବୋଲି ବସ୍ତିବାସିନ୍ଦା କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ