ETV Bharat / city

ବିଧାୟକଙ୍କ ବାସଭବନ ଘେରିଲେ ବସ୍ତି ବାସିନ୍ଦା

author img

By

Published : Oct 20, 2021, 11:01 AM IST

କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ବାସଭବନ ଘେରାଉ କରିଛନ୍ତି ଜଗତପୁର ବସ୍ତି ବାସିନ୍ଦା । ଦୀର୍ଘ ଦିନ ହେବ ରେଳ ଲାଇନରେ ରହି ଆସୁଥିବା ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ରେଳ ବିଭାଗର ଚିଠି ପରେ ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ...

ବିଧାୟକଙ୍କ ବାସ ଭବନ ଘେରିଲେ ବସ୍ତି ବାସିନ୍ଦା
ବିଧାୟକଙ୍କ ବାସ ଭବନ ଘେରିଲେ ବସ୍ତି ବାସିନ୍ଦା

କଟକ: ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ବାସଭବନ ଘେରାଉ କରିଛନ୍ତି ଜଗତପୁର ବସ୍ତି ବାସିନ୍ଦା । ଦୀର୍ଘ ଦିନ ହେବ ରେଳ ଲାଇନରେ ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଉଠାଇବାକୁ ରେଳ ବିଭାଗର ଚିଠି ପରେ ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । ଦୀର୍ଘ ଦିନ ହେବେ ରେଳ ଲାଇନ ନିକଟରେ ରହି ଆସୁଥିଲେ ଏମାନେ । ବିନା ଥଇଥାନ ବ୍ୟବସ୍ଥାରେ ହଠାତ ଏମାନଙ୍କୁ ବିଭାଗର ଏପରି ଚିଠି ପଠାଇବା କାରଣରୁ ଏପରି ପରିସ୍ଥିତି ଉପୁଜିଛି ।

ବିଧାୟକଙ୍କ ବାସ ଭବନ ଘେରିଲେ ବସ୍ତି ବାସିନ୍ଦା

ପୂର୍ବରୁ ଜିଲ୍ଲା ପ୍ରଶାସନ ରେଲୱେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବାବେଳେ ହଠାତ ବସ୍ତି ବାସିନ୍ଦା ମାନଙ୍କୁ ଉଠିବା ପାଇଁ ନୋଟିସ ପଠାଇଥିଲା ରେଲୱେ ବିଭାଗ । ଏହା ପରେ ବସ୍ତି ବାସିନ୍ଦାମାନେ ବିଧାୟକଙ୍କ ବାସଭବନ ଘେରିଛନ୍ତି । ତେବେ ଦୀର୍ଘ ସମୟ ଧରି ବାସ ଭବନ ଘେରିବା ପରେ ବାସିନ୍ଦାମାନଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ସୌଭିକ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ଖୁବ ଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ବାସିନ୍ଦା ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.