କଟକ: ବସ୍ତି ଭଙ୍ଗାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ । କଟକରେ ବସ୍ତି ଉଚ୍ଛେଦକୁ ବିରୋଧ କରି ମାଲଗୋଦାମ ଥାନା ଘେରିଛନ୍ତି ବାସିନ୍ଦା । ତୀବ୍ର ବିରୋଧ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) କଟକ ଯୋବ୍ରା ଟିଣପିଟା ବସ୍ତି ଉଚ୍ଛେଦ କରିଥିଲା ପ୍ରଶାସନ । ବସ୍ତି ଭାଙ୍ଗିବା ପୃର୍ବରୁ ବାସିନ୍ଦାଙ୍କୁ ଲକ୍ଷ୍ମଣପୁରରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଟକ ମ୍ୟୁନିସିପାଲ କର୍ପୋରେସନ । ଘର ଭାଙ୍ଗିବା ପରେ ଲକ୍ଷ୍ମଣପୁର ବଦଳରେ ବାଲିସାହିରେ ଥଇଥାନ କରାଯିବ ବୋଲି କୁହାଯାଇଥିଲା । ମାତ୍ର ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା । ବହୁ ସମୟ ଧରି ତୀବ୍ର ବିରୋଧ ଲାଗି ରହିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି । ସେପଟେ ଏନେଇ cmc ର ପ୍ରତିକ୍ରିୟା ମିଳିପାରି ନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ