କଟକ: ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ସିଲଭର ସିଟି କଟକରେ ମଧ୍ୟ ଆକ୍ରାନ୍ତଙ୍କ ମାମଲା ଥମିବାର ନାମ ନେଉନାହିଁ । ଯାହା ଏବେ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଆସନ୍ତା ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ପୁରା ସହରକୁ ସଟଡାଉନ କରାଯାଇଛି ।
ଏହା ମଧ୍ୟରେ ଚିହ୍ନଟ ନୂଆ କୋରୋନା ମାମଲାଗୁଡିକର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାଛଡା ଲୋକମାନେ ମଧ୍ୟ ସଚେତନ ହେବାର ସମୟ ଆସିଛି । ମାସ୍କ ଓ ସାମଜିକ ଦୂରତ୍ୱ ନିୟମ ପାଳନ କରିବା ଦ୍ବାରା ହିଁ କୋରୋନାର ମୁକାବିଲା କରିହେବ । ବର୍ତ୍ତମାନ ସମସ୍ୟା ବଢିଛି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଇ ସଚେତନ ରହିବା ଆବଶ୍ୟକ ବୋଲି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ