କଟକ: କଟକରେ ନକଲି କୋଭିଡ ଔଷଧ କାରବାର ମାମଲାରେ ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫୦ ହଜାର ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ସେହିପରି ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ତଦନ୍ତରେ ସାହାଯ୍ୟ କରିବାକୁ କୋର୍ଟ ଜାମିନରେ ସର୍ତ୍ତ ରଖିଛନ୍ତି । ତେବେ ପ୍ରତ୍ୟେକ ତାରିଖ ଦିନ କୋର୍ଟରେ ହାଜର ହେବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି । ନକଲି କୋଭିଡ ଔଷଧ କାରବାର କରି ଗତ 10 ମେ 2021ରେ ଗିରଫ ହୋଇଥିଲା ଶିବ । ଡ୍ରଗ କଣ୍ଟ୍ରୋଲରଙ୍କ ଏତଲା କ୍ରମେ ଶିବ ଜେନାଙ୍କ ନାଁରେ ମାମଲା ଦାୟର କରିଥିଲା ଏସଟିଏଫ ।
ଇଟିଭି ଭାରତ, କଟକ