ETV Bharat / city

କୋରୋନା ଭୟ: ଓଡିଶା ମାର୍କେଟକୁ ମାକ୍ସ ଯୋଗାଉଛି କଟକର ମହିଳା ଗୃପ - coronavirus safety

କଟକ ଜିଲ୍ଲା କେଶରପୁରର ହାଜିଅଲ୍ଲୀ ସ୍ବୟଂ ସହାୟିକା ଗୋଷ୍ଠୀ 5 ଦିନରେ ତିଆରି କଲେଣି ୨୫ ହଜାର ପୁନଃ ବ୍ୟବହାର ଯୋଗ୍ୟ ମାସ୍କ । ଅଧିକ ପଢନ୍ତୁ...

shg-is-filling-the-gap-of-masks-in-odisha-market
ବଜାରରେ ମାକ୍ସ ଅଭାବ ପୂରଣ କରୁଛି ଏସଏଚ୍‌ଜି
author img

By

Published : Mar 17, 2020, 11:47 PM IST

କଟକ: କାୟା ବିସ୍ତାର କରୁଛି କୋରୋନା । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 1,86,966 ହଜାର ରହିଥିବା ବେଳେ ଭାରତରେ 137 ଛୁଇଁଲାଣି । ସେପଟେ ଓଡିଶାରେ ମଧ୍ୟ ଜଣଙ୍କୁ ପଜେଟିଭ୍‌ ଚିହ୍ନଟ କରାଯାଇଛି । ଏହି ମାରାତ୍ମକ ଭୁତାଣୁକୁ ଅଟକାଇବା ପାଇଁ ବେଶ ତତ୍ପର ରାଜ୍ୟ ସରକାର । କିନ୍ତୁ ବିପତ୍ତି ସମୟରେ ଓଡିଶା ମାର୍କେଟରୁ ଗାୟବ ଅତି ଆବଶ୍ୟକୀୟ ମାସ୍କ ଓ ସାନିଟାଇଜର ।

କଟକ କେଶରପୁରର ହାଜି ଅଲ୍ଲୀ ସ୍ବୟଂ ସହାୟିକା ଗୋଷ୍ଠୀ

ଆଉ ଏପରି ସ୍ଥଳେ ସରକାରଙ୍କ ଦୂତ ହୋଇ ମାସ୍କ ଯୋଗାଇବା କାମରେ ଲାଗି ପଡିଛନ୍ତି କଟକର ସ୍ବୟଂ ସହାୟକ ଗୋଷ୍ଠୀ । 5 ଦିନରେ ତିଆରି କଲେଣି ୨୫ ହଜାର ପୁନଃ ବ୍ୟବହାର ଯୋଗ୍ୟ ମାସ୍କ । ତେବେ ଏହି ଏସଏଚ୍‌ଜି ଗୃପ ହେଉଛି କଟକ ଜିଲ୍ଲା କେଶରପୁରର ହାଜି ଅଲ୍ଲୀ ସ୍ବୟଂ ସହାୟିକା ଗୋଷ୍ଠୀ । ଏହି ଗୋଷ୍ଠୀରେ ରହିଛନ୍ତି ମୋଟ 30 ସଦସ୍ୟ । ଦିନରାତି ଏକକରି 24 ଘଣ୍ଟା ମାସ୍କ ତିଆରିରେ ବ୍ୟସ୍ତ ସମସ୍ତ ସଦସ୍ୟ । ମୁଖ୍ୟତଃ ତିନି ପ୍ରକାରର ମାସ୍କ ତିଆରି କରୁଛି ଏହି ଗୋଷ୍ଠୀ । ସମସ୍ତ ମାସ୍କ ପୁନଃ ବ୍ୟବହାର ଯୋଗ୍ୟ ହୋଇଥିବା ବେଳେ ଦାମ ରହିଛି 5 ରୁ 15ଟଙ୍କା । ଆଉ ଏସବୁ ତିଆରି ପରେ ପ୍ରଥମେ ଓରମାସ ଓ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ଅତି ଦରକାରୀ ମାସ୍କ ।

ତେବେ ଖଦି କପଡା ଓ ଇଲାଷ୍ଟିକ ଭଳି କଞ୍ଚାମାଲ ମିଳିବାରେ ସମସ୍ୟା ଉପୁଜୁଥିବାରୁ ଏହାର ବିଳ୍ପପ ସ୍ବରୂପ ସୁତା କପଡା ବ୍ୟବହାର କରିବା ପାଇଁ ଚିନ୍ତା କରୁଛନ୍ତି ଏହି ଗୋଷ୍ଠିର ସଦସ୍ୟାମାନେ ।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.