ETV Bharat / city

Banki Political Violence: ଗୋଟିଏ ଗୋଷ୍ଠୀର ୮ ଆହତ, ଗୁରୁତରଙ୍କୁ କଟକ ସ୍ଥାନାନ୍ତର - ବାଙ୍କୀରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସାକାଣ୍ଡରୁ ୮ରୁ ଊର୍ଦ୍ଧ୍ବ ଲୋକ ଆହତ । ଆହତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିଥିବାବେଳେ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

Banki Political Violence
Banki Political Violence
author img

By

Published : May 8, 2022, 8:34 PM IST

କଟକ: ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସାକାଣ୍ଡରୁ ୮ରୁ ଊର୍ଦ୍ଧ୍ବ ଲୋକ ଆହତ । ଆହତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Banki Political Violence

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତର ନୂଆଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ଏହି ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ତେବେ ହିଂସାକାଣ୍ଡରେ ପୂର୍ବତନ ସରପଞ୍ଚଙ୍କ ସମେତ ୮ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଏଥିସହ ଗୁରୁତର ଆହତଙ୍କୁ କଟକ ଏସିବିକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବାବେଳେ ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାଜନୈତିକ ଆକ୍ରୋଶ ରଖି ଗାଁର କିଛି ବିରୋଧୀ ଦଳର ଯୁବ ଗୋଷ୍ଠୀ ପୂର୍ବତନ ସରପଞ୍ଚ ଘର କବାଟ ବାଡ଼ାବାଡି କରିଥଲେ । ଏହାପରେ ଆଜି(ରବିବାର) ସକାଳେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମିଶାଇ ୮ରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଧରିବା ସହ ଆମକୁ ନ୍ୟାୟ ଦିଆଯାଉ ବୋଲି ଆହତମାନେ ଦାବି କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.