କଟକ: ଟାଟା ପାୱାର କମ୍ପାନୀ ହାତକୁ ଚାଲି ଯିବ ସେସୁ । ଏନେଇ ଓଇଆରସି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ସେସୁ ଅଧୀନରେ କାମ କରୁଥିବା କର୍ମଚାରୀମାନଙ୍କ ଭବିଷ୍ୟତ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ।
ସେସୁରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ନକରି ଟାଟା ପାୱାର କମ୍ପାନୀ ହାତକୁ ଦେବା ପାଇଁ କରାଯାଇଥିବା ବିଜ୍ଞପ୍ତି ବେଆଇନ ବୋଲି ମହାସଂଘ ପକ୍ଷରୁ ଦର୍ଶାଯାଇଛି । ତେବେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ସେସୁ, ଟାଟା ପାୱାର କମ୍ପାନୀ, ଓଇଆରସି, ଶକ୍ତି ସଚିବ, ଗିଡ଼କୋ, ରାଜ୍ୟ ସରକାର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆସନ୍ତା ଜୁନ୍ 9 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ