ETV Bharat / city

ସିଏମସିରେ ସରିଲା ସେରୋ ସର୍ଭେ, ରିପୋର୍ଟକୁ ଅପେକ୍ଷା

author img

By

Published : Nov 5, 2020, 3:49 PM IST

କଟକ ମହାନଗର ନିଗମରେ ଶେଷ ହୋଇଛି ସେରୋ ସର୍ଭେ । ପ୍ରତି ଓ୍ବାର୍ଡରେ 60 ରୁ 65 ଜଣ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ସିଏମସିରେ ସରିଲା ସେରୋ ସର୍ଭେ
ସିଏମସିରେ ସରିଲା ସେରୋ ସର୍ଭେ

କଟକ: ସିଏମସିରେ ସରିଲା ସେରୋ ସର୍ଭେ । କଟକ ମହାନଗର ନିଗମର 25ଟି ଓ୍ବାର୍ଡରେ ଏହି ସର୍ଭେ କରାଯାଇଛି ।

ସିଏମସିରେ ସରିଲା ସେରୋ ସର୍ଭେ

ସର୍ଭେର ପ୍ରଥମ ପ୍ରର୍ଯ୍ୟାୟରେ ପ୍ରତି ଓ୍ବାର୍ଡରୁ 60ରୁ 65 ଜଣ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଛି । ବିଶେଷ କରି କୋଭିଡ ଯୋଦ୍ଧାଙ୍କୁ ସର୍ଭେରେ ପ୍ରାଧାନ୍ୟ ଦିଆଯାଇଛି । ଏମାନଙ୍କ ମଧ୍ୟରୁ କାର୍ଯ୍ୟରତ ସିଏମସି ଷ୍ଟାଫ୍, ବ୍ୟାଙ୍କ କର୍ମଚାରୀ, ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରୁ ରକ୍ତନମୁନା ସଂଗ୍ରହ କରାଯାଇ ସର୍ଭେ କରାଯାଇଛି ।

ଏହି ସର୍ଭେ ରିପୋର୍ଟ କୋଭିଡ ପରିଚାଳନା ପାଇଁ ସହାୟକ ହେବ ବୋଲି ସିଏମସି କମିଶନର ଅନନ୍ୟା ଦାଶ କହିଛନ୍ତି । ତେବେ ଗତ 2 ତାରିଖରୁ କଟକ ମହାନଗର ନିଗମରେ ସେରୋ ସର୍ଭେ ଆରମ୍ଭ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.