ETV Bharat / city

କଟକରେ ସିରିଜ ଚୋରି, ପୋଲିସ ହାତ ଖାଲି

author img

By

Published : Aug 11, 2022, 8:39 PM IST

ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା । ହେଲେ ଏବେ ଚୋରର ଟେର ପାଇନି ପୋଲିସ । ଅଧିକ ପଢ଼ନ୍ତୁ

କଟକରେ ସିରିଜ ଚୋରି, ପୋଲିସ ହାତ ଖାଲି
କଟକରେ ସିରିଜ ଚୋରି, ପୋଲିସ ହାତ ଖାଲି

କଟକ : ସିଲଭର ସିଟିରେ ସିରିଜ ଚୋରି । ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମଙ୍ଗଳା ବାଗ ଥାନା ଅନ୍ତର୍ଗତ ବକ୍ସି ବଜାର ବେପାରୀ ସାହି ଅଞ୍ଚଳରେ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ତିନିଟି ଘରେ ଏକା ସାଙ୍ଗରେ କଳାକନା ବୁଲାଇଥିଲା ଚୋର ।

କଟକରେ ସିରିଜ ଚୋରି, ପୋଲିସ ହାତ ଖାଲି

ସୂଚନାନୁସାରେ ବକ୍ସି ବଜାର ବେପାରୀ ସାହି ଅଞ୍ଚଳରେ ରହୁଥିବା ଅଭିଜିତ ଭଗତ ଓ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରର ଗ୍ରୀଲ ତାଡ଼ି ଘର ଭିତରେ ପ୍ରବେଶ କରିଥିଲା ଚୋର । ଏହାପରେ ଘରର ଆଲମିରାରେ ରଖାଯାଇଥିବା ଆଠ ଭରି ସୁନା ଗହଣା, ୩ଟି ଫୋନ, ଟ୍ୟାପ୍, ରୂପା ପାଉଁଜି, ନଗଦ ୨୦ ହଜାର ୫ ଶହ ଟଙ୍କା, ଗୋଟିଏ ବ୍ୟାଗ୍ ଲୁଟି ନେଇଥିଲେ ।

ସେହିପରି ନିକଟସ୍ଥ କଳ୍ପନା ସାହୁଙ୍କ ଘରୁ ଜଗନ୍ନାଥ, ସୁନା ଟିକିଲି, ସୁନା ମୁକୁଟ, ରାଧା କୃଷ୍ଣ ସମେତ ଅନ୍ୟାନ୍ୟ ଚାନ୍ଦି ଜିନିଷ ନେଇ ଯାଇଛନ୍ତି । ଶେଷରେ ବିଶ୍ଵଜିତ ନାୟକଙ୍କ ଘରୁ ନଗଦ ଟଙ୍କା, ମୋବାଇଲ ଫୋନ, ୩ଟି ୬୪ ଜିବିର ପେନ୍ ଡ୍ରାଇଭ୍ ଚୋରି ହୋଇଯାଇଛି । ସବୁଠୁ ବଡ଼ କଥା ଚୋରି କରିଥିବା ଚୋରମାନେ ସିସିଟିଭି ସାମ୍ନାରେ ଯାଇ ବେଧଡକ ଚୋରି କରୁଥିବା ଦେଖିବାକୁ ମିଳିଛି ।

ଏ ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୋଟିଏ ଦିନରେ ଚୋରମାନେ ଏଭଳି କାଣ୍ଡ ଭିଆଇଥିବା ବେଳେ ତାଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.