ETV Bharat / city

ହାଇକୋର୍ଟରେ କଇଁଛ ସୁରକ୍ଷା ମାମଲା, ସୁରକ୍ଷାକର୍ମୀ ନିୟୋଜନ ନେଇ ପ୍ରକ୍ରିୟା ଜାରି - ହାଇକୋର୍ଟରେ କଇଁଛ ସୁରକ୍ଷା ମାମଲା

ହାଇକୋର୍ଟରେ କଇଁଛ ସୁରକ୍ଷା ମାମଲା । ସୁରକ୍ଷାକର୍ମୀଙ୍କ ନିୟୋଜିତ ଲାଗି ପ୍ରଚାର ଚାଲିଥିବା ନେଇ କୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ହାଇକୋର୍ଟରେ କଇଁଛ ସୁରକ୍ଷା ମାମଲା, ସୁରକ୍ଷାକର୍ମୀ ନିୟୋଜିତ ନେଇ ପ୍ରକ୍ରିୟା ଜାରି

author img

By

Published : Oct 17, 2022, 9:48 PM IST

କଟକ: ହାଇକୋର୍ଟରେ ଅଲିଭ ରିଡଲେ କଇଁଛ (Olive ridley turtle)ସୁରକ୍ଷା ମାମଲା । ସୁରକ୍ଷାକର୍ମୀ ନିୟୋଜନ ପାଇଁ ପ୍ରକ୍ରିୟା ଚାଲିଥିବା ନେଇ ହାଇକୋର୍ଟ (Odisha High Court)ଙ୍କୁ ଅବଗତ କଲେ ରାଜ୍ୟ ସରକାର । ମାଛଧରା ଡ଼ଙ୍ଗା ଗୁଡିକରେ ଟ୍ରାନ୍ସଫାଇଣ୍ଡର ଲଗାଇବାକୁ ନିଷ୍ପତ୍ତି ହୋଇଛି। ତେବେ ଏନେଇ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା କୋର୍ଟଙ୍କୁ କହିଛନ୍ତି ରାଜ୍ୟ ସରକାର ।

ପ୍ରତ୍ୟେକ ଟ୍ରାନ୍ସଫାଇଣ୍ଡର ପାଇଁ ବି.ଏସ.ଏନ.ଏଲ ୨ ଲକ୍ଷ ଟଙ୍କା ଦାବି କରୁଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ସାମୁଦ୍ରିକ ଥାନା ଗୁଡିକରେ ଅତିରିକ୍ତ କର୍ମଚାରୀ ତଥା ସୁରକ୍ଷାକର୍ମୀ ନିଯୁକ୍ତ କରିବା ଲାଗି ଲିଖିତ ପରୀକ୍ଷା ଶେଷ ହୋଇଛି। ଫିଜିକାଲ ଟେଷ୍ଟର ରେଜଲ୍ଟ ଆସିବା ପରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏହା ବି ପଢନ୍ତୁ- କଟକରେ ତାଲିବାନୀ ଶାସନ ! ଯୁବକଙ୍କୁ ସ୍କୁଟିରେ ବାନ୍ଧି 6 କିମି ଦୌଡାଇଲେ, 2 ଅଟକ

ଅଲିଭ ରିଡଲେ ସୁରକ୍ଷା ପାଇଁ ଇସ୍ରୋ ସହାୟତାରେ ପ୍ରତ୍ୟେକ ମାଛଧରା ଡଙ୍ଗାରେ ଟ୍ରାନ୍ସଫାଇଣ୍ଡର ଲଗାଇବା ଲାଗି ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପଦକ୍ଷେପ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଉଛନ୍ତି । ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.