କଟକ: ଲୋକସଭା ସାଂସଦ ଡାକିଲେ ଦ୍ବିତୀୟ ସଡ଼କ ସୁରକ୍ଷା କମିଟି ବୈଠକ । ସିଲଭରସିଟିରେ ସଡ଼କ ସୁରକ୍ଷାକୁ ଆହୁରି ମଜଭୁତ କରିବା ନେଇ ବିଭିନ୍ନ ବିଭାଗୀୟ ଅଧକାରୀଙ୍କ ସହ ଆଲୋଚନା କଲେ ସାଂସଦ ଭର୍ତ୍ତୃହରି ମହତାବ ।
ସିଲଭରସିଟିରେ ସଡ଼କ ସୁରକ୍ଷା ନେଇ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କଟକ ଜିଲ୍ଲାର ପ୍ରତ୍ୟକ ବ୍ଲକ ଓ ସିଏମସିରେ ଥିବା ସଡ଼କର ମରାମତି ହେବ । ଏହା ସହ ସୁରକ୍ଷା ଦୃଷ୍ଟି କୋଣରୁ ଟ୍ରାଫିକ ରାସ୍ତା ପାର୍ଶ୍ଵର ଆହୁରି ବିକାଶ ହେବ ।
ଏହା ସହ ଯେଉଁ ଦୁର୍ବୃତ୍ତ ଗାଡି ଦୁର୍ଘଟଣା କରୁଛନ୍ତି ସେମାନଙ୍କୁ ସିଧାସଳଖ ଗିରଫ କରାଯିବ । ଯାହା ଦ୍ବାରା ଦୁର୍ଘଟଣାକୁ କିଛି ମାତ୍ରାରେ ରୋକାଯାଇ ପାରିବ ।
ଏହି ବୈଠକ ରେ ସାଂସଦ ଭର୍ତ୍ତୃହରି ମହତାବ , ରାଜ୍ୟ ସଭା ସାଂସଦ ସୁବାସ ସିଂ , ଜିଲ୍ଲାପାଳ , ସିଏମସି କମିଶନର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ