କଟକ: ରାସ୍ତାକୁ ଓହ୍ଲାଇଲେ ସର୍ବଭାରତୀୟ ସ୍କିମ ଶ୍ରମିକ ସଂଘ । ଅଙ୍ଗନବାଡି, ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ରୋଷେୟାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି କରିଛନ୍ତି । ଏହା ସହ ମାସିକ ସର୍ବନିମ୍ନ ଭତ୍ତା ଦାବି କରିଛନ୍ତି ।
ରାଜ୍ୟ ଓ ଦେଶରେ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ଶ୍ରମିକ ମାନଙ୍କୁ କରାଯାଉଛି କୋଣଠେସା । ବିଶେଷକରି ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ, ପାଚିକା ସଂଘ ଏହି ଦେଶବ୍ୟାପୀ ଧର୍ମଘଟରେ ସାମିଲ ହୋଇଛନ୍ତି । ଆଜି କଟକରେ ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ , ପାଚିକା ସଂଘ ପ୍ରତିବାଦ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ମାସିକ 21 ହଜାର ଟଙ୍କା ଦରମା ଓ ସରକାରୀ ଚାକିରୀରେ ଥଇଥାନ ଦାବି କରିଛନ୍ତି । ସରକାରଙ୍କୁ ବାରମ୍ବାର ଏହି ଦିଗରେ ଅବଗତ କରାଯାଉଥିଲେ ସୁଦ୍ଧା ସରକାର ଯେପରି ଘୋର ନିଦ୍ରାରେ ଶୋଇଛନ୍ତି ।
ମହାମାରୀ ସମୟରେ ସବୁ କାମ କରିବା ସତ୍ତ୍ବେ ମଧ୍ୟ ଦାବି ପୂରଣ କରାଯାଉନାହିଁ । ଯଦି ଆଗାମୀ ଦିନରେ ଦାବି ଦିଗରେ ସରକାର ନ ଚେତନ୍ତି ତେବେ ରାଜ୍ୟ ସରକାର ପୁଣି ଏକ ବଡ଼ ଜନ ଆନ୍ଦୋଳନର ସାମ୍ନା କରିବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ