ETV Bharat / city

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି

author img

By

Published : Apr 12, 2022, 10:59 PM IST

ରାଜ୍ୟରେ ବଢୁଛି ତାପମାତ୍ରା । ଅନେକ ସହର ଏବେ ତତଲା ତାଓ୍ବାରେ ସିଜୁଛି । ଅଧିକ ପଢ଼ନ୍ତୁ

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି
ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି

କଟକ : ରାଜ୍ୟରେ ବଢୁଛି ତାପମାତ୍ରା । ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏଭଳି ସ୍ଥିତିରେ ଅଂଶୁଘାତ ହେବାର ସମ୍ଭାବନା ଦେଖାଯାଇଛି । ତେବେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କଟକ ବଡ଼ ମେଡିକାଲ । ଏସସିବି ଟ୍ରମା କେନ୍ଦ୍ର ଏଥିପାଇଁ ପ୍ରସ୍ତୁତ ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । ମେଡ଼ିସିନ ବିଭାଗରେ ୧୮ଟି ବେଡ ପ୍ରସ୍ତୁତ ରଖାଯାଇଛି ।

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି

ପୁରୁଷ ରୋଗୀଙ୍କ ପାଇଁ ୮ଟି ବେଡ଼, ମହିଳା ରୋଗୀଙ୍କ ପାଇଁ ୮ ଟି ବେଡ଼ ଥିବାବେଳେ ଶିଶୁ ମାନଙ୍କ ପାଇଁ ୨ଟି ବେଡ ପ୍ରସ୍ତୁତ ରଖାଯାଇଛି । ସେଥିପାଇଁ ଆବଶ୍ୟକ ଅନୁଯାୟୀ ଡାକ୍ତର, ପାରାମେଡିକାଲ ଷ୍ଟାଫ ଆଦି ପ୍ରସ୍ତୁତ ରଖାଯାଇଛି । ସେହିପରି କାମ ନଥିଲେ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଘରୁ ବାହାରିବା ସମୟରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ସେହିପରି ଛତା, ଜୋତା, ସାଥିରେ ପାଣି ବୋତଲ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.