ETV Bharat / city

SCB Platinum Jubilee: ବିଶ୍ବସ୍ତରୀୟ ହେବ SCB ମେଡିକାଲ - ବିଶ୍ବସ୍ତରୀୟ ହେବ SCB ମେଡିକାଲ

ସିଲ୍‌ଭର ଏସ୍‌ସିବି ମେଡ଼ିକାଲ ପ୍ଲାଟିନମ ଯୁବଲି ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

SCB Platinum Jublee: ବିଶ୍ବସ୍ତରୀୟ ହେବ SCB ମେଡିକାଲ

author img

By

Published : Nov 26, 2021, 10:11 PM IST

କଟକ: ସିଲ୍‌ଭର ଏସ୍‌ସିବି ମେଡ଼ିକାଲ ପ୍ଲାଟିନମ ଯୁବଲି ଉତ୍ସବ (Srirama Chandra Bhanja Medical Platinum Jubilee) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଏହି କ୍ରମରେ ଏସ୍‌ସିବି ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ ଏମ୍‌ସ ପ୍ଲସ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଚିକିତ୍ସା ଦିଗରେ ରାଜ୍ୟର ଏହି ମେଡ଼ିକାଲ ବେଶ ଆଗରେ ରହିଛି ।

SCB Platinum Jublee: ବିଶ୍ବସ୍ତରୀୟ ହେବ SCB ମେଡିକାଲ

ଏଥିପାଇଁ ସବୁ ଦିଗରେ ଏସ୍‌ସିବିକୁ ବିଶ୍ବସ୍ତରୀୟ କରାଯାଉଛି । ତେବେ ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଯେଉଁ ସ୍ୱାସ୍ଥ୍ୟସେବା ଯୋଗା ଯାଉଛି ତାହା ବେଶ ଉଚ୍ଚ କୋଟିର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସ୍‌ସିବିର ସମସ୍ତ ଅଧକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଖୁବଶୀଘ୍ର ଏସ୍‌ସିବିକୁ ବିଶ୍ୱସ୍ତରୀୟ କରାଯିବ ବୋଲି ବିଶ୍ବସ ଜତାଇଛନ୍ତି ନବୀନ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା , ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ର, ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ସ୍ଥାନୀୟ ବିଧାୟକଙ୍କ ସହ ଏସ୍‌ସିବିର ସମସ୍ତ ଅଧକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.