ETV Bharat / city

ଝଲସିବ ଏସସିବି, ଉଜୁଡିବ ବସ୍ତିବାସିନ୍ଦାଙ୍କ ସଂସାର - SCB medical expand

କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଆସନ୍ତା ଫେବୃଆରୀ 28 ସୁଦ୍ଧା ସରିବ ଜମି ଅଧିଗ୍ରହଣ କାମ । ଏହାପୂର୍ବରୁ ଏସସିବି ପରିସରରେ ଥିବା ବସ୍ତି ଅସ୍ଥାୟୀ କ୍ବାଟର ଦୋକାନକୁ ଉଚ୍ଛେଦ କରିବ ଜିଲ୍ଲା ପ୍ରଶାସନ । ଏପଟେ ଏବେ ବସ୍ତିବାସିନ୍ଦା କୁଆଡେ ଯିବେ, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ?

SCB medical expand
ଝଲସିବ ଏସସିବି, ଉଜୁଡିବ ବସ୍ତିବାସିନ୍ଦା ଘର
author img

By

Published : Jan 26, 2020, 11:45 PM IST

କଟକ: ବିଶ୍ବ ସ୍ତରୀୟ ହେବ ଏସସିବି ମେଡିକାଲ । ରୋଗୀଙ୍କ ଚିକିତ୍ସା ଠୁ ଆରମ୍ଭ କରି ନୂତନ ଧରଣର ପ୍ରଯୁକ୍ତି ବିଦ୍ୟାରେ ଝଲସିବ ମେଡିକାଲ । ପ୍ରତି ବିଭାଗକୁ କରାଯିବ ସଂପ୍ରସାରଣ । ହେଲେ ଏହାରି ଭିତରେ ସେହି ଗୋଟିଏ ଦୁଃଖ ସମ୍ନାକୁ ଆସୁଛି । ଯାହା ହେଉଛନ୍ତି ବସ୍ତି ବାସିନ୍ଦା ଓ ସରକାରୀ କ୍ବାଟର ରେ ରହୁଥିବା ବ୍ୟକ୍ତିମାନଙ୍କର । ଆଉ ମାତ୍ର କେଇଟା ଦିନ ପରେ ଉଜୁଡି ଯିବ ସେମାନଙ୍କ ବାସ । ଯାହାକୁ ନେଇ ଚିନ୍ତାରେ ବସ୍ତିବାସିନ୍ଦା ।

ଝଲସିବ ଏସସିବି, ଉଜୁଡିବ ବସ୍ତିବାସିନ୍ଦା ଘର

ଏ ହେଉଛି ମହାନଦୀ କୂଳରେ ଗଢିଉଠିଥିବା କଟକ ହାଡିଆପଠା ବସ୍ତି ଅଞ୍ଚଳ । କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାପରେ ରାଜ୍ୟବାସୀ ବେଶ ଖୁସ । କିନ୍ତୁ ଏଥିଯୋଗୁଁ ବିସ୍ଥାପିତ ହେବେ ଏଠାକାର ବସ୍ତିବାସିନ୍ଦା ଓ ସରକାରୀ କ୍ବାର୍ଟରରେ ରହୁଥିବା ଲୋକେ । ଘର ଭଙ୍ଗାଯିବା ନେଇ ଘୋଷଣା ପରେ ସଭିଙ୍କ ମୁହଁରେ କେବଳ ନିରାଶାର ଛାୟା। ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ପିଲାଙ୍କ ପାଠପଢାରେ ବାଧାକୁ ଦେଖି ଚିନ୍ତିତ ପରିବାର ।

ଏହି ମେଗା ପ୍ରୋଜେକ୍ଟ ପାଇଁ ଆସନ୍ତା ଫେବୃଆରୀ 28 ସୁଦ୍ଧା ସରିବ ଜମି ଅଧିଗ୍ରହଣ କାମ । ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ଅନ୍ୟପଟେ ଏହି ପ୍ରୋଜେକ୍ଟ ବିକାଶର ଆଲୋକ ହେବ ବୋଲି ହାଡିଆ ପଠା ବୁଲି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପଟେ ପର୍ଯ୍ୟାୟକ୍ରମେ ଶେଷ ହେବ ଉଚ୍ଛେଦ ପ୍ରକ୍ରିୟା । ଏଥିଯୋଗୁଁ ପିଲାଙ୍କ ଭବିଷ୍ୟତ ଉପରେ କୌଣସି ଆଞ୍ଚ ଆସିବନି ବୋଲି କହିଛନ୍ତି ଜିଲ୍ଲାପାଳ ।

ଏସସିବି ସମ୍ପ୍ରସାରଣ ହେଲେ ଚିକିତ୍ସା ଠୁ ଆରମ୍ଭ କରି ନୂତନ ପ୍ରଯୁକ୍ତି ବିଦ୍ୟାରେ ଝଲସିବ ମେଡିକାଲ । କିନ୍ତୁ ଏହି ପ୍ରୋଜେକ୍ଟ ହାଡିଆପଠା ବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ଆଶା ଆଶଙ୍କାରେ ବିସ୍ଥାପିତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ବିଶ୍ୱ ସ୍ତରୀୟ ହେବ ଏସସିବି ବଡ଼ ମେଡିକାଲ । ରୋଗୀଙ୍କ ଚିକିତ୍ସା ଠୁ ଆରମ୍ଭ କରି ନୂତନ ଧରଣ ର ପ୍ରଯୁକ୍ତି ବିଦ୍ୟା ରେ ଝଲସିବ ମେଡିକାଲ । ପ୍ରତି ବିଭାଗ କୁ କରାଯିବ ସଂପ୍ରସାରଣ । ହେଲେ ଏହାରି ଭିତରେ ସେହି ଗୋଟିଏ ଦୁଃଖ ସମ୍ନା କୁ ଆସୁଛି । ଯାହା ହେଉଛନ୍ତି ବସ୍ତି ବାସୀନ୍ଧା ଓ ସରକାରୀ କ୍ୱାଟର ରେ ରହୁଥିବା ବ୍ୟକ୍ତିମାନଙ୍କର । ଆଉ ମାତ୍ର କେଇଟା ଦିନ ପରେ ଉଜୁଡି ଯିବ ଘର ଆଉ ବାସ । ଆଉ ଗୋଟିଏ ସ୍ଥାନ ଛାଡି ଅନ୍ୟ ସ୍ଥାନ କୁ ଯିବେ ଏହି ବାସୀନ୍ଧା । ହେଲେ କିଛି ସ୍ଥାୟୀ ଯୋଜନା କରି ଆମ ମାନଙ୍କୁ ଆମ ଭିଟା ମାଟି ରୁ ଅଲଗା କର ବୋଲି କହିଛନ୍ତି ବାସୀନ୍ଧା ।

Body:ଭିଓ୧: ଫ୍ରେବ୍ରୁଆରୀ 28 ସୁଦ୍ଧା ସରିବ ଜମି ଅଧିଗ୍ରହଣ କାମ । ଏହାପୂର୍ବରୁ ଏସିବି ପରିସର ରେ ଥିବା ବସ୍ତି ଅସ୍ଥାୟୀ କ୍ୱାଟର ଦୋକାନ କୁ ଉଛେଦ କରିବ ଜିଲା ପ୍ରଶାସନ । ତେବେ ଏହି ମେଗା ପ୍ରୋଜେକ୍ଟ ରେ ତ ଓଡିଶା ବାସୀ ଖୁସି । କିନ୍ତୁ ନିରାଶ ହୋଇଛନ୍ତି ଉଜୁଡି ଯିବାକୁ ଥିବା ବସ୍ତି ବାସୀନ୍ଧା ଓ କଲୋନୀର ବାସୀନ୍ଧା । ଘର ତ ନେଇଜବ ତାହା ବଦଳରେ ଗୋଟେ ଘର ଖଣ୍ଡେ ଦିଅ ନବୀନ । ଯାହାଦ୍ୱାରା କିଛି ମାତ୍ରରେ ଖୁସି ରେ ବଞ୍ଚି ପାରିବୁ ବୋଲି କହିଛନ୍ତି ବାସୀନ୍ଧା । ଏହାସହସିତ ପିଲା ଙ୍କ ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ। ଯାହା କୁ ଭାବଲା ବେଳକୁ ମାଟି ତଳୁ ଅତଡା ଖସି ଯାଉଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ବାଇଟ: ବାସୀନ୍ଧା
ବାଇଟ ବାସୀନ୍ଧା

ଭିଓ୨: ଅନ୍ୟପଟେ ଏହି ବଡ଼ ପ୍ରୋଜେକ୍ଟ କଟକ ପାଇଁ ଏକ ବିକାଶ ର ଆଲୋକ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ହାଡ଼ିଆ ପଠା ବୁଲି ଏପରି ପ୍ରତିକ୍ରିୟା ରଖିଛନ୍ତି ସେ । ଶିକ୍ଷା ସ୍ୱାସ୍ଥ୍ୟ , ପର୍ଯ୍ୟଟନ କୁ ରାଜ୍ୟ ସରକାର ବେସି ଗୁରୁତ୍ୱ ଦେବା ସହ ଏସିବି ର ସଂପସାରଣ ହେବା ନିହାତି ଆବଶ୍ୟକ ଥିଲା, ଯାହାକୁ ରାଜ୍ୟ ସରକାର ପୂର୍ଣ କରିଛନ୍ତି ବୋଲି କହିଛନ୍ତି ସେ । ଏହାସହ ଜିଲାପାଳଙ୍କ ଅଧୀନରେ ଉଛେଦ ସମୟ ରେ କୌଣସି ଅପ୍ରୀତିକର ଘଟଣ ସମାନ କୁ ଆସିବନି ବୋଲି କହିଖିଛନ୍ତି ମନ୍ତ୍ରୀ ।

ଭିଓ2:ନିରଞ୍ଜନ ପୂଜାରୀ( ଅର୍ଥ ମନ୍ତ୍ରୀ ଓଡିଶା )

ଭିଓ୩: ତେବେ ମାଟ୍ରିକ ପରୀକ୍ଷା ନିକଟ ଆସିଥିବାରୁ ବସ୍ତି ବାସୀନ୍ଧା ଙ୍କ ପିଲା ଙ୍କ ଭବିଷ୍ୟତ ଉପରେ କୌଣସି ଆଞ୍ଚ ଆସିବନି ବୋଲି କହିଁଛନ୍ତି ଜିଲାପାଳ ।।ଏହାଛଡା ଉଛେଦ ପେକ୍ରିୟା ପର୍ଯ୍ୟୟ କ୍ରମେ ଶେଷ ହେବ । ଫ୍ରେବ୍ରୁଆରୀ 28 ସୁଧା ସମସ୍ତ କାମ ସରି ମାର୍ଚ୍ଚ ରୁ ଏସିବି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ।

ବାଇଟ: ଭବାନୀ ଶଙ୍କର ଚୟିନୀ( ଜିଲାପାଳ)

Conclusion:ଫାଭିଓ: ତେବେ ସରକାରୀ କ୍ୱାଟର ମଧ୍ୟ ଏସିବି ମେଡିକାଲ ପରିସର ରେ ଆସୁଛି । ତାକୁ ଯଦି ଭାଙ୍ଗି ଦିଅନ୍ତି ରାଜ୍ୟ ସରକାର ତେବେ ରାସ୍ତା କଡ଼ ହିଁ ହେବ ସାକ୍ଷୀ । ତଥାପି ହାତରେ ସମୟ ରହିଛି ଯଦି ଘର ନେବା ବଦଳରେ ଘର ଖଣ୍ଡେ ଦିଅନ୍ତେ ତେବେ ଆମେ ସର୍ଵଦା ଆପଣଙ୍କ ପାଖରେ ରୁଣୀ ହେବୁ ବୋଲି କହିଛନ୍ତି ଏମାନେ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.