ETV Bharat / city

ରେକର୍ଡ ରଚିଲା SCB, ସଫଳତାର ସହ ଶେଷ ହେଲା 100ତମ ଅସ୍ଥିମଜା ପ୍ରତିରୋପଣ - ରେକର୍ଡ ରଚିଲା ଏସସିବି ମେଡିକାଲ

ଅସ୍ଥିମଜା ପ୍ରତିରୋପଣରେ ରେକର୍ଡ କଲା SCB । ସଫଳତାର ସହ ମେଡ଼ିକାଲରେ ୧୦୦ତମ ପ୍ରତିରୋପଣ ଶେଷ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ରେକର୍ଡ ରଚିଲା SCB, ସଫଳତାର ସହ ଶେଷ କଲା 100ତମ ଅସ୍ଥିମଜା ପ୍ରତିରୋପଣ

author img

By

Published : Mar 31, 2022, 2:58 PM IST

Updated : Mar 31, 2022, 4:05 PM IST

କଟକ: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ SCB ମେଡିକାଲ କଲେଜ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ହେମାଟୋଲୋଜି ବିଭାଗ ପକ୍ଷରୁ 100ତମ ଅସ୍ଥିମଜା ପ୍ରତିରୋପଣ ସଫଳତାର ସହ ଶେଷ କରିଛି ଏସସିବି । ଭାରତର ସରକାରୀ ମେଡିକାଲ ଭାବେ ଏଭଳି ସଫଳତା ହାସଲ କରିବାରେ ପ୍ରଥମ ହୋଇପାରିଛି କଟକର ଏହି ବଡ଼ ମେଡ଼ିକାଲ ।

ରେକର୍ଡ ରଚିଲା SCB, ସଫଳତାର ସହ ଶେଷ ହେଲା 100ତମ ଅସ୍ଥିମଜା ପ୍ରତିରୋପଣ

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରତିରୋପଣ ସମ୍ପୂର୍ଣ୍ଣ ରୂପେ ଏସସିବିରେ ମାଗଣାରେ କରାଯାଉଛି । ଏହି 100ତମ ପ୍ରତିରୋପଣରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଜ୍ୟାକବ ପ୍ରଧାନ । ସେ ଦୀର୍ଘଦିନ ଧରି ରକ୍ତ କର୍କଟ ରୋଗ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ତେବେ SCBରେ ଚଳିତ ମାସ 25 ତାରିଖରୁ ତାଙ୍କର ଅସ୍ଥିମଜା ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । 29 ତାରିଖରେ ହାଇଡୋଜ କେମୋ ଥେରାପୀ ଓ ଗତକାଲି ଷ୍ଟେମ ସେଲ ସଂଗ୍ରହ କରାଯାଇ ଅସ୍ଥିମଜା ପ୍ରତିରୋପଣ କରାଯାଇଥିଲା ।

ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ ଚିକିତ୍ସା ମଧ୍ୟରେ ରହିବେ । ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବିନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଏହି ସଫଳ ପ୍ରତିରୋପଣ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 31, 2022, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.