କଟକ: ରାକ୍ଷୀ ନୁହେଁ ପ୍ରେମର ବାର୍ତ୍ତା । ରାକ୍ଷୀ କେବଳ ସୂତା ଖିଅଟିଏ ନୁହେଁ । ଏହା ସମ୍ପର୍କର ସେତୁ । ଭାଇଭଉଣୀ ମଧ୍ୟରେ ଅନାବିଳ ସ୍ନେହର ପ୍ରତୀକ ଏହି ରାକ୍ଷୀ । ପବିତ୍ର ଗହ୍ମା ପୂର୍ଣ୍ଣିମାରେ ଭାଇର ଶୁଭ ମନାସୀ ହାତରେ ରାକ୍ଷୀ ବାନ୍ଧି ଥାଏ ଭଉଣୀ। ଆଉ ପ୍ରତିବଦଳରେ ଭାଇ ତାକୁ ଦେଇଥାଏ ଜୀଇଁଥିବା ଯାଏଁ ସୁରକ୍ଷାର ପ୍ରତିଶ୍ରୁତି ।
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖରିତ । ଏହି ବଡ ପର୍ବକୁ ମାତ୍ର ଦୁଇ ଦିନ ବାକି ଥିବା ବେଳେ ସୀମାରେ ଥିବା ଯବାନ ଭାଇଙ୍କ ପ୍ରତି ଭଲ ପାଇବାର ପ୍ରତୀକ ରାକ୍ଷୀ ପ୍ରଦାନ କରୁଛି ସାରା ଦେଶ ।
ଆଉ ଏହି କ୍ରମରେ ଆଜି(ମଙ୍ଗଳାବର) ଏସସିବି ମେଡିକାଲ କଲେଜର ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ସୀମାରେ ଥିବା ସମସ୍ତ ଯବାନଙ୍କ ପାଇଁ ରାକ୍ଷୀ ପ୍ରଦାନ କରାଯାଇଛି । ତେବେ ଗତବର୍ଷ ଠାରୁ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଏହି ରାକ୍ଷୀ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଉଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ