କଟକ: ଡାକ୍ତରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଭାରତୀୟ ଚିକିତ୍ସକ ସଂଘ(IMA) ଓଡ଼ିଶା ଶାଖା। ଶାଖା ପକ୍ଷରୁ କରାଯାଇଥିବା ଏହି ପ୍ରତିବାଦରେ ଏସସିବି ମେଡିକାଲ ଡାକ୍ତରୀ ଛାତ୍ର ସଙ୍ଘର ସଦସ୍ୟମାନେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି ।
କିଛି ଦିନ ତଳେ ଆସାମରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେହି ଘଟଣାକୁ ପ୍ରତିବାଦ ଜଣାଇ ଭାରତୀୟ ଚିକିତ୍ସକ ସଂଘ ଆହ୍ଵାନକ୍ରମେ ଏହି ପ୍ରତିବାଦ ଦିବସ ପାଳନ କରାଯାଉଛି।
କୋଭିଡ ମହାମାରୀ ସମୟରେ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିବା ବେଳେ ସେମାନଙ୍କ ପ୍ରତି ଏଭଳି ବ୍ୟବହାର ଏକ ଖରାପ ବାତାବରଣ ସୃଷ୍ଟି କରିଛି । ତେଣୁ ଡାକ୍ତରଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ସେଣ୍ଟ୍ରାଲ ଲେଜିସଲେସନ ଆକ୍ଟ ଆଣିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ