ETV Bharat / city

SCB bans entry of Vehicles; SCBରେ ଗାଡି ପ୍ରବେଶକୁ ବାରଣ, ବାଧାପ୍ରାପ୍ତ ହେବନି ଜରୁରୀ ସେବା

author img

By

Published : Nov 24, 2021, 12:43 PM IST

SCB ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । କେବଳ ଜରୁରୀ ସେବାରେ ଥିବା ଗାଡି ହିଁ ପ୍ରବେଶ କରିପାରିବ । ଅଧିକ ପଢନ୍ତୁ

SCB ରେ ଗାଡି ପ୍ରବେଶକୁ ବାରଣ: ବାଧାପ୍ରାପ୍ତ ହେବନି ଜରୁରୀ ସେବା

କଟକ: SCB ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା SCB କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁଯାୟୀ, ଦିନକୁ 20 ହଜାରରୁ ଊର୍ଦ୍ଧ୍ବ ଲୋକେ SCB ଆସୁଛନ୍ତି । ସେମାନଙ୍କ ସହ ଗାଡି ମଧ୍ୟ ହସ୍ପିଟାଲ ପରିସର ମଧ୍ୟକୁ ଆସୁଛି। ଯାହାଦ୍ୱାରା ଗହଳି ହେବା ସହ ହର୍ଣ୍ଣ ବାଜିବା ଦ୍ୱାରା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି କଟକଣା ଲାଗିବା ପରେ ଏସବି ପରିସରରେ ଶାନ୍ତି ବଜାୟ ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଏହାସହ ପାର୍କିଂ ପାଇଁ ମେଡିକାଲ ବାହାରେ ମଧ୍ୟ ଆରମ୍ଭ ହୋଇଛି ପ୍ରକ୍ରିୟା । ସେଠାରେ ଗାଡି ରଖି ମେଡିକାଲକୁ ପ୍ରବେଶ କରିହେବ । ସାଧାରଣ ଲୋକେ ଏହାକୁ ମାନିବା ଦରକାର । ତେବେ ଜରୁରୀକାଳୀନ ଅବସ୍ଥାରେ ଗାଡି ଓ ଆମ୍ବୁଲାନ୍ସକୁ ହସ୍ପିଟାଲ ପରିସରକୁ ପ୍ରବେଶ ଥିବା ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.