ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀ ଓଡ଼ିଆମାନଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଓଡ଼ିଶାକୁ ପ୍ରବେଶ କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି ।
ସୂଚନାଯୋଗ୍ୟ, ଲକଡାଉନ ପାଇଁ ରାଜ୍ୟ ବାହାରେ ବହୁ ପ୍ରବାସୀ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରଥମେ ନମୁନା ପରୀକ୍ଷା କରାଯିବ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ବାହାର ରାଜ୍ୟରୁ ଫେରିବା ଘଟଣାରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ