ETV Bharat / city

ବ୍ୟାଙ୍କରୁ ଜାଲିଆତି: ବନ୍ଧା ହେଲେ SBIର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର

ବ୍ୟାଙ୍କରୁ ଜାଲିଆତି କରି ଟଙ୍କା ହଡପ କରିବା ପଡିଲା ମହଙ୍ଗା । ଏନେଇ ବନ୍ଧା ହେଲେ କଟକ ଚଣ୍ଡୀ ଛକ ଏସବିଆଇ(SBI)ର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର ଚନ୍ଦ୍ରଭାନୁ ରାଉତ । ଅଧିକ ପଢନ୍ତୁ

ବ୍ୟାଙ୍କରୁ ଜାଲିଆତି : ବନ୍ଧା ହେଲେ SBIର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର

author img

By

Published : Jan 9, 2022, 9:34 PM IST

କଟକ : ବ୍ୟାଙ୍କରୁ ଜାଲିଆତି କରି ଟଙ୍କା ହଡପ କରିବା ପଡିଲା ମହଙ୍ଗା । ଏନେଇ ବନ୍ଧା ହେଲେ କଟକ ଚଣ୍ଡୀ ଛକ ଏସବିଆଇ(SBI)ର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର ଚନ୍ଦ୍ରଭାନୁ ରାଉତ । କାହିଁକି ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର ଟଙ୍କା ଜାଲିଆତି କଲେ ସେ ନେଇ ଖୋଳତାଡ ଆରମ୍ଭ କରିଛି ବିଡାନାସୀ ପୋଲିସ । କଟକ ଚଣ୍ଡୀଛକ ଏସବିଆଇ ବ୍ରାଞ୍ଚ(SBI Branch Manager) ମ୍ୟାନେଜର ସଙ୍ଗୀତା କ୍ଲେଟସଙ୍କର ଅଭିଯୋଗ ଆଧାରରେ ଚନ୍ଦ୍ରଭାନୁ ରାଉତଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ।

ସୂଚନା ଅନୁସାର କଟକ ଚଣ୍ଡୀଛକ ଏସବିଆଇରେ ଗୀତାଞ୍ଜଳି ଦାସ ଜଣେ ଗ୍ରାହକ ୨ଟି ଫିକ୍ସ ଡିପୋଜିଟ ଯଥାକ୍ରମେ ୭ ଲକ୍ଷ ଓ ୧୬ ଲକ୍ଷ ୧୫ ହଜାର ରଖିଥିଲେ । ସେହି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଚନ୍ଦ୍ରଭାନୁ କୌଶଳ କ୍ରମେ ଏ ଟଙ୍କା ହାତେଇଥିଲେ । ଏହାପରେ ଗୋଟିଏ ଦାମୀ ଗାଡି ଓ ସ୍କୁଟି କିଣିବା ପରେ ତାହାର ପରିଚିତ ମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦେଇଥିଲା ସେ । ଏହାପରେ ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଏକ କାର ଓ ସ୍କୁଟି ମଧ୍ୟ ଜବତ କରିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.