ETV Bharat / city

ସାରୁଅ ଜମି ବିବାଦ ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ - ସାରୁଅ ଜମି ବିବାଦ ମାମଲା

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରଖିତ ରହିଛି । ହାଇକୋର୍ଟରେ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ସାରୁଅ ଜମି ବିବାଦ ମାମଲା
ସାରୁଅ ଜମି ବିବାଦ ମାମଲା
author img

By

Published : Nov 13, 2020, 10:20 PM IST

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରଖିତ ରହିଛି । ହାଇକୋର୍ଟରେ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ସାରୁଅ ଜମି ବିବାଦ ମାମଲା

ସୋମବାର ସୁଦ୍ଧା ସମସ୍ତ ପକ୍ଷ ଲିଖିତ ବିବୃତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ଶୁକ୍ରବାର ହାଇକୋର୍ଟରେ ସେ ଆବେଦନ କରିଛନ୍ତି ।

ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜାଗିଙ୍କୁ ନଭେମ୍ବର ୧୨ ଓ ଗତକାଲି ଶୁଣାଣି କରି ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ଆବେଦନର ଶୁଣାଣି ହୋଇ ତାଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି ।

ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ମୂଳ ମାମଲା ହୋଇଥିବା ବେଳେ କମ୍ପାନୀର ପ୍ରମୋଟର ଭାବେ ଜାଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷ ହେବା ପାଇଁ ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏହି ମାମଲାର ତଦନ୍ତ କରୁଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.