ETV Bharat / city

ସାରୁଅ ଜମି ବିବାଦ ମାମଲା: ହାଇକୋର୍ଟରୁ ଜଗି-ଜୟଙ୍କ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର

author img

By

Published : Dec 24, 2020, 6:54 AM IST

Updated : Dec 24, 2020, 9:09 AM IST

ସାରୁଅ ଜମି ବିବାଦ ମାମଲାରେ ଜଗି-ଜୟ ହାଇକୋର୍ଟରେ କରିଥିବା ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ...

ସାରୁଅ ଜମି ବିବାଦ ମାମଲା
ସାରୁଅ ଜମି ବିବାଦ ମାମଲା

କଟକ: ସାରୁଆ ଜମି ବିବାଦ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନକୁ ବୁଧବାର ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠରେ ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଆବେଦନ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରାଯାଇଥିଲା।

ସାରୁଆ ଜମି ପ୍ରସଙ୍ଗକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ଥାନାରେ ରୁଜୁ ମାମଲାରେ ଉଭୟ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ସୂଚନାଥାଉକି, ଇଓଡବ୍ଲୁ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଗତ ନଭେମ୍ବର 20ରେ ହାଇକୋର୍ଟ ଖାରଜ କରିଥିଲେ।

ଏହି ମାମଲାରେ ପ୍ରଥମରୁ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନଥିଲେ। ନଭେମ୍ବର 5ରେ ମାମଲାର ଶୁଣାଣି ସମୟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌ର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା।

ଏଥିସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା। ନଭେମ୍ବର 5ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ କହିବା ସହିତ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଜଗି ଓ ଜୟଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଥିଲେ।

ତେବେ ନଭେମ୍ବର 20ରେ ହାଇକୋର୍ଟ ମୂଳ ଆବେଦନକୁ ଖାରଜ କରିବା ସହିତ ଗିରଫଦାରୀ ଉପରେ ଅଙ୍କୁଶ ସମ୍ପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ଏହାପରେ ଉଭୟ ପତିପତ୍ନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 24, 2020, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.