ETV Bharat / city

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

author img

By

Published : Sep 19, 2019, 12:22 PM IST

Updated : Sep 19, 2019, 1:15 PM IST

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆଜି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଘଟଣାର ଜଡିତ ଥିବା ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ବହୁ ଚର୍ଚ୍ଚିତ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଧାରା 302, 376 (a)(b) ଅନୁସାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଓ ଧାରା 363 ଅନୁଯାୟୀ 7 ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏଥିସହ 20 ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । 20 ହଜାର ଟଙ୍କା ଦେଇ ନପାରିଲେ ଅଧିକ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଇପିସି ଧାରା 363, 302, 376 (a)(b), ଏବଂ 6 ପୋକ୍ସୋ ଆକ୍ଟ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ ଗତ 2018 ,ଏପ୍ରିଲ 28 ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ ନିଜ ଗ୍ରାମର 6 ବର୍ଷର ନାବାଳିକାକୁ ଚକୋଲେଟ ଦେଇ ଗ୍ରାମର ସ୍କୁଲ ପରିସରରେ ଦୁଷ୍କର୍ମ କରିବା ସହ ପ୍ରମାଣକୁ ନଷ୍ଟ କରିବା ପାଇଁ ହତ୍ୟା କରିଥିଲା । ଏଥିରେ 23 ଜଣ ସାକ୍ଷୀ ପ୍ରଦାନ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Sep 19, 2019, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.