କଟକ: ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ ଘଟଣା । ଓପିଆଇଡି କୋର୍ଟରେ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ । ସେହିପରି କମ୍ପାନୀ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ । କମ୍ପାନୀର ଜୋରିମାନା ଅନାଦେୟ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଧିକ ଏକ ବର୍ଷ ଜେଲଦଣ୍ଡ।
ତେବେ ୪ ବର୍ଷରେ ଦୁଇଗୁଣା ହୋଇଯିବ କହି କରିଥିଲେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ୨୦୧୫ରେ କଟକ ପୁରୀଘାଟ ଥାନାରେ ହୋଇଥିଲା ଏତଲା । ମାମଲାର ପରିଚାଳନା କରୁଥିଲେ ସ୍ବତନ୍ତ୍ର ସରକାରୀ ଓକିଲ ସୁବ୍ରତ ମହାନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ