ETV Bharat / city

CMC ବୈଠକରେ ହୋହଲ୍ଲା, ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ - ବୈଠକରେ ହୋହଲ୍ଲା

ଦଶହରା ପୂର୍ବରୁ ସିଏମସିର ଷଷ୍ଠ କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହୋହଲ୍ଲା (Ruckus in CMC meeting) । ସହରର ମୌଳିକ ସମସ୍ୟା ପ୍ରତି ଅବହେଳା ଦର୍ଶାଇ ବିରୋଧ କରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

ruckus in CMC meeting by BJP and Congress corporator demanding to solve basic problem in town
CMC ବୈଠକରେ ହୋ ହାଲ୍ଲା, ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ
author img

By

Published : Sep 14, 2022, 10:36 AM IST

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା । ସହରର ମୌଳିକ ସମସ୍ୟା ପ୍ରତି ଅବହେଳା ଦର୍ଶାଇ ବିରୋଧ କରିଛନ୍ତି ବିରୋଧୀ(ruckus in CMC meeting) । କାଉନସିଲ ବୈଠକ ସମୟରେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଥିଲେ ବିଜେପି କର୍ପୋରେଟର ।

ମେୟରଙ୍କ ନିବେଦନ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା । ଦଶହରା ପୂର୍ବରୁ ସିଏମସିର ଗୁରୁତ୍ବପୂର୍ଣ୍ଣ କାଉନସିଲ ବୈଠକରେ ବିଜେପି ସହ କଂଗ୍ରେସ କର୍ପୋରେଟର ହୋହଲ୍ଲା କରିଥିଲେ । ହୋହଲ୍ଲା ଓ କଥା କଟାକଟିରେ କମ୍ପିଥିଲା ସିଏମସିର କାଉନସିଲ ବୈଠକ । ଏତିକିରେ ସୀମିତ ନଥିଲା ବିରୋଧୀଙ୍କ ବିରୋଧ । ଶେଷରେ ବିଜେପିର କର୍ପୋରେଟର କଳା ପତାକା ପ୍ରଦର୍ଶନ କରି ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ ।

CMC ବୈଠକରେ ହୋ ହାଲ୍ଲା, ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ

ଦଶହରା ପୂର୍ବରୁ ସିଏମସିରେ ବସିଥିବା ଷଷ୍ଠ କାଉନସିଲ ବୈଠକରେ ସହରର ମୌଳିକ ସମସ୍ୟା, ଟେଣ୍ଡରରେ ଅନିୟମିତତା ଓ ମୁକୁଳା ଡ୍ରେନ ସମସ୍ୟା ସହ ଅନ୍ୟାନ ନେଇ ବିରୋଧ କରିଥିଲେ ବିଜେପି ଓ କଂଗ୍ରେସ କର୍ପୋରେଟ । ବିରୋଧୀଙ୍କ ୱାର୍ଡରେ କାମ ଠିକ୍‌ ଭାବରେ ହେଉ ନଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର ।

ମେୟରଙ୍କ ନୂତନ କ୍ବାର୍ଟର ନିର୍ମାଣରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ୱାର୍ଡର ସମସ୍ୟା ପ୍ରତି ସିଏମସି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଆଗକୁ ଦଶହରା ପର୍ବ ଥିବାରୁ ସହରର ରାସ୍ତାଘାଟ, ଷ୍ଟ୍ରିଟ୍‌ ଲାଇଟ୍‌, ପାନୀୟ ଜଳ ଭଳି ସମସ୍ୟାର ସମାଧାନ କରିବାକୁ ବିରୋଧୀ କର୍ପୋରେଟର ଦାବି କରିଥିଲେ ।

ଅନ୍ୟପଟେ ବିରୋଧୀ କର୍ପୋରେଟରଙ୍କ ବିରୋଧ ଯୋଗୁଁ ଗୃହ କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା । ଶେଷରେ ନିଜେ ମେୟର ସୁବାସ ସିଂ ଆସି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ବିଜେପି କର୍ପୋରେଟର । ପରେ ସମସ୍ତ ୱାର୍ଡ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୱାର୍ଡ ଗୁଡିକର ସବୁ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମେୟର । ଦୁର୍ଗାପୂଜା ପୂର୍ବରୁ ସହରର ରାସ୍ତାଘାଟ ସବୁ ଅସ୍ଥାୟୀ ଭାବରେ ନିର୍ମାଣ କରାଯିବ ବୋଲି ମେୟର କହିଛନ୍ତି ପ୍ରତିଶ୍ରୁତି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.