ETV Bharat / city

ଲକଡାଉନରେ ଓଡ଼ିଶାରେ 12 ହଜାର କୋଟିର ପୁଞ୍ଜି ନିବେଶ: ମନ୍ତ୍ରୀ ବିକ୍ରମ ଆରୁଖ - ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ

ରାଜ୍ୟରେ ଲକଡାଉନ ସମୟରେ ୧୨ ହଜାର କୋଟି ପୁଞ୍ଜି ନିବେଶ କରାଯାଇଛି । ଏଥିସହ କୃଷି କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଦେଶ ତୁଳନାରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଅଧିକ ପଢନ୍ତୁ...

ଲକଡାଉନରେ ଓଡ଼ିଶାରେ ହୋଇଛି 12 ହଜର କୋଟିର ପୁଞ୍ଜି ନିବେଶ
ଲକଡାଉନରେ ଓଡ଼ିଶାରେ 12 ହଜାର କୋଟିର ପୁଞ୍ଜି ନିବେଶ: ମନ୍ତ୍ରୀ ବିକ୍ରମ ଆରୁଖ
author img

By

Published : Aug 15, 2020, 1:14 PM IST

Updated : Aug 15, 2020, 3:29 PM IST

କଟକ: ୭୪ ତମ ସ୍ବାଧୀନତା ଦିବସ ଅବସରରେ ଆଜି କଟକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ଏହି ଅବସରରେ ମନ୍ତ୍ରୀ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ରାଜ୍ୟରେ ଲକଡାଉନ ସମୟରେ ୧୨ ହଜାର କୋଟି ପୁଞ୍ଜି ନିବେଶ କରାଯାଇଛି । ଯାହାଫଳରେ ସର୍ବଭାରତୀୟ ସ୍ତରରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ପାଇଛି । ସେହିପରି କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଅଭିବୃଦ୍ଧି ଭଲ ରହିଛି । ଭାରତରେ କୃଷିକ୍ଷେତ୍ରରେ 2.8 ପ୍ରତିଶତ ଅଭିବୃଦ୍ଧି ରହିଥିଲାବେଳେ ଓଡ଼ିଶାରେ 7.6 ପ୍ରତିଶତ ହୋଇଛି । ଏ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲକଡାଉନରେ ଓଡ଼ିଶାରେ 12 ହଜାର କୋଟିର ପୁଞ୍ଜି ନିବେଶ: ମନ୍ତ୍ରୀ ବିକ୍ରମ ଆରୁଖ

କୋରୋନାରୁ ସୁସ୍ଥ ହୋଇ ଫେରିଥିବା ଡାକ୍ତର, ଆଶକର୍ମୀ, ସ୍ବାସ୍ଥ୍ୟକର୍ମୀ, ଅଗ୍ନିଶମ କର୍ମଚାରୀଙ୍କୁ ମନ୍ତ୍ରୀ ମାନପତ୍ର ଦେଇ ସମର୍ଦ୍ଧିତ କରିଛନ୍ତି । ଏଭଳି ସମ୍ବର୍ଦ୍ଧନା କୋରୋନା ଯୋଦ୍ଧାଙ୍କୁ ପ୍ରେରଣା ଯୋଗାଇବ ବୋଲି ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 15, 2020, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.