ETV Bharat / city

ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ପୋଲିସର ଛାନଭିନ୍‌ - Rs 12 crore loot

ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା
ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା
author img

By

Published : Nov 19, 2020, 11:43 AM IST

Updated : Nov 19, 2020, 12:49 PM IST

11:37 November 19

ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ପୋଲିସର ଛାନଭିନ୍‌

ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା
ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା

କଟକ: କଟକରେ ବଡ ଧରଣର ଡକାୟତି। ନୟାସଡକରେ ଥିବା ଏକ ଫାଇନାନ୍ସରୁ ପାଖାପାଖି 12 କୋଟି ଟଙ୍କାର ଜିନିଷ ଲୁଟି ନେଇଥିବା ସୂଚନା । ବିଶେଷ କରି ଲକରରେ ଥିବା ସୁନାଗହଣାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।  

ସୂଚନା ଅନୁଯାୟୀ, ସକାଳ ସମୟରେ 4 ଜଣ ଦୁର୍ବୃତ୍ତ ଆସି ଏଠାକାର ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇବା ସହ ତାଙ୍କ ଠାରୁ ଚାବି ଛଡାଇ ନେଇଥିଲେ । ପରେ ଲକରରୁ ସୁନା ନେବା ସହ ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିବା କୁହାଯାଉଛି ।  

ହେଲେ କଟକ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ କିପରି ଦୁର୍ବୃତ୍ତ ମାନେ ଏପରି ସାହସ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପୂର୍ବ ନିର୍ଦ୍ଧାରିତ ଯୋଜନା ହୋଇଥିବା କୁହାଯାଉଛି । ଏପଟେ ପୋଲିସ 7ଟି ଟିମ୍‌ ଗଠନ କରି ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି । ନିକଟରେ ଥିବା ସିସିଟିଭି ଯାଞ୍ଚ କରି ଡକାୟତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Nov 19, 2020, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.