ETV Bharat / city

ଲକଡାଉନ ବେଳେ ସିଡିଏରେ ମାତିଛନ୍ତି ଲୁଟେରା

author img

By

Published : Apr 23, 2020, 5:08 PM IST

କଟକ ସିଡଏ ଅଞ୍ଚଳରେ ଲୁଟେରାଙ୍କ ରାଜ । ଏମିତି କିଛି ଲୁଟ ଘଟଣା ପଦାକୁ ଆସିବା ପରେ ଅଧିକ ପୋଲିସ ସକ୍ରିୟତାକୁ ଦାବି କଲେ ଅଞ୍ଚଳବାସୀ । ଅଧିକ ସୂଚନା ପାଇଁ ପଢନ୍ତୁ ...

robbers gang active in cuttack cda  during lockdown
ସିଡିଏରେ ମାତିଛନ୍ତି ଲୁଟେରା

କଟକ: ସିଡିଏ ଅଞ୍ଚଳରେ ଲୁଟେରାଙ୍କ ରାଜ । ରାତିରେ ସବୁ ଶୋଇଲା ପରେ ବୁଲୁଛି କଳାକନା । ଆଉ ଲୁଟି ନିଅନ୍ତି ସୁନା ଗହଣା ଓ ଟଙ୍କା । କରୋନା ଭୟ ଯୋଗୁଁ ଲକଡାଉନ ଅବଧି ବଢିଯାଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଲୁଟେରା । ଅଞ୍ଚଳରେ ଏମିତି ଲୁଟ ଘଟଣା ପଦାକୁ ଆସିବ ପରେ କୋରୋନା ଅପେକ୍ଷା ସିଡିଏ ବାସୀଙ୍କୁ ଘାରିଛି ଲୁଟେରା ଭୟ ।

ସିଡିଏରେ ମାତିଛନ୍ତି ଲୁଟେରା

କଟକ ସିଡିଏବାସୀଙ୍କୁ ଘାରିଛି ଲୁଟେରା ଭୟ । ଅଞ୍ଚଳରେ ଏମିତି କିଛି ମାମଲା ପଦାକୁ ଆସିବା ପରେ ଅଞ୍ଚଳବାସୀଙ୍କୁ ଏବେ କୋରନା ଅପେକ୍ଷା ଅଧିକ ସମସ୍ୟା ଦେଉଛି ଲୁଟେରା ଭୟ । ଏନେଇ ମର୍କତନଗର ଥାନା ଓ ସିଡିଏ ଫେଜ ଟୁ ଥାନାରେ ମାମଲା ଦାଏର ହୋଇଛି । ହେଲେ ଲକଡାଉନ ରାତିରେ ଘର ଲକରରୁ ଯାଉଛି ଟଙ୍କା । ଯାହା ସ୍ପଷ୍ଟ କରୁଛି କରୋନା ଭୟର ଫାଇଦା ଉଠାଉଛନ୍ତି ଦୁର୍ବୁତ୍ତ ।

ଅନ୍ୟପଟେ ଏ ଦିଗରେ ପୋଲିସ ଆଉ ଟିକେ ସକ୍ରିୟ ହେଲେ ଭଲ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି ବି ଲକ ଡାଉନ ସମୟରେ କଟକ ରେ ଲୁଟ ସଂଖ୍ୟା କମ ହୋଇଥିଲେ ସୁଦ୍ଧା ଏହା ଯେପରି ଆଗକୁ ନହୁଏ ସେଥିପ୍ରତି ବେଶ ଯତ୍ନବାନ ରହିଛି କମିଶନରେଟ ପୋଲିସ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.