କଟକ : ଅଜଣା ଗାଡ଼ି ଧକାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି କଟକ ସହରସ୍ଥିତ ନେତାଜୀ ସୁବାଷ ବୋଷ ସେତୁରେ । ତେବେ ମୃତକଙ୍କ ପରିଚୟ ଏଯାବତ ମିଳି ପାରିନାହିଁ ।
ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁଁ ସେତୁ ଅଟକି ରହିଥିଲା ଶହଶହ ଯାନବାହନ । ଫଳରେ ସମ୍ପୃକ୍ତ ରାସ୍ତାଟି ପ୍ରବଳ ଭିଡ଼ ହୋଇଯାିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ମୃତ ଦେହକୁ ଉଦ୍ଧାର କରିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାରୁ ପୋଲିସ ପଚରାଉଚରା ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ