ETV Bharat / city

କୋରୋନା ମୃତକଙ୍କୁ ସମ୍ମାନ, ମାଗଣାରେ ମୃତଦେହ ସତ୍କାର କରୁଛି ସାବିତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ - odisha corona death

ରାଜ୍ୟରେ କୋରୋନା ସ୍ଥିତି ଦିନକୁ ଦିନ ବେଲଗାମ ହେବାକୁ ଯାଉଛି । ଆଉ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ସେପଟେ କୋରୋନା ମୃତକଙ୍କ ସତ୍କାର କରିବାକୁ ଲୋକେ ଭୟଭୀତ ହେଉଛନ୍ତି । ଏପରି ସ୍ଥିତିରେ ମୃତକଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଶରୀରକୁ ସତ୍କାର କରିବାକୁ ଆଗେଇ ଆସିଛି ସାବିତ୍ରୀ ଜନସେବା ହେଲ୍ପଲାଇନ ସ୍ବେଚ୍ଛାସେବୀ ସଙ୍ଗଠନ । ଦେଖନ୍ତୁ ଏହି ରିପୋର୍ଟ...

କୋରୋନା ମୃତକଙ୍କୁ ସମ୍ମାନ
କୋରୋନା ମୃତକଙ୍କୁ ସମ୍ମାନ
author img

By

Published : Sep 16, 2020, 2:01 PM IST

କଟକ: ବଢୁଛି କୋରୋନା, ବଢୁଛି ଭୟ । ତା ସହିତ ବଢୁଛି ମୃତ୍ୟୁ ସଂଖ୍ୟା । ଆଉ ଏହି ସମୟରେ ମୃତ ଶରୀରକୁ ସତ୍କାର କରିବାକୁ ଦେଖାଦେଉଛି ଆତ୍ମୀୟଙ୍କ ଅଭାବ । ପଛଘୁଞ୍ଚା ଦେଉଛନ୍ତି ବନ୍ଧୁ-ବାନ୍ଧବ, ଆତ୍ମୀୟସୌଜନ । ଏପରି ସ୍ଥିତିରେ ମୃତକଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଶରୀରକୁ ସତ୍କାର କରିବାକୁ ଆଗେଇ ଆସିଛି ସାବିତ୍ରୀ ଜନସେବା ହେଲ୍ପଲାଇନ ସ୍ବେଚ୍ଛାସେବୀ ସଙ୍ଗଠନ ।

କୋରୋନା ମୃତକଙ୍କୁ ସମ୍ମାନ

‘କେହି ନାହିଁ ଯାହାର ଆମେ ଅଛୁ ତାହାର’ ନ୍ୟାୟରେ ମାଗଣାରେ ଆମ୍ବୁଲାନ୍ସ ପଠାଇ ମୃତଦେହକୁ ଆଣିବା ସହ ସତ୍କାର କରୁଛି ସଙ୍ଗଠନ । ଅସହାୟ ଲୋକଙ୍କଠାରୁ ଆରମ୍ଭ କରି କୋଭିଡ୍‌ ମୃତକଙ୍କ ପର୍ଯ୍ୟନ୍ତ, ସଭିଁଙ୍କ ମୃତଶରୀରକୁ ସତ୍କାର କରୁଛନ୍ତି ଏହି ସ୍ବେଚ୍ଛାସେବୀ ।

କେବଳ ସେତିକି ନୁହେଁ ଯେଉଁ ବ୍ୟକ୍ତି ମୃତଦେହକୁ ନିଜ ଅଞ୍ଚଳକୁ ନେବାକୁ ଚାହୁଁଛି, ତାଙ୍କୁ ମାଗଣାରେ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦେଉଛି ସଙ୍ଗଠନ । ଅନ୍ୟପଟେ ଏହି ଅସମୟରେ ସରକାରୀ ସ୍ତରରେ ମଧ୍ୟ ଯୋଗାଇଦିଆଯାଉଛି ସେବା । ମୃତ ବ୍ୟକ୍ତିଙ୍କ ସତ୍କାର ପାଇଁ କଟକରେ ମୋ ପରିବାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଆମ୍ବୁଲାନ୍ସରେ ମୃତଦେହ ଆଣିବା ଠାରୁ ଆରମ୍ଭ କରି ମାଗଣାରେ କାଠ ଦେଇ ସତ୍କାର କରୁଛି ମୋ ପରିବାର । ଲକଡାଉନ ଆରମ୍ଭରୁ ଏପର୍ଯ୍ୟନ୍ତ 58ଟି କୋରୋନା ମୃତକଙ୍କ ଶବ ସତ୍କାର କରିବା ସହ 124 ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ମାଗଣାରେ ଛଡାଯାଇଥିବା ଜଣାପଡିଛି ।

ତେବେ ମହାମାରୀ ସମୟରେ ନିଜର ଲୋକ ନିଜର ହେଉନଥିବା ଦେଖିବାକୁ ମିଳୁଥିବାବେଳେ ସାବିତ୍ରୀ ଜନସେବା ହେଲ୍ପଲାଇନ ସ୍ବେଚ୍ଛାସେବୀ ସଙ୍ଗଠନର ଏପରି କାର୍ଯ୍ୟ ସତରେ ପ୍ରଶଂସନୀୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.