ETV Bharat / city

ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠପଢାରେ ସଂରକ୍ଷଣ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ କୃତଜ୍ଞତା

author img

By

Published : Dec 29, 2020, 8:12 PM IST

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମେଡ଼ିକାଲ ଓ ଇଞ୍ଜିନିୟରିଂରେ ପାଠ ପଢାରେ ସଂରକ୍ଷଣ ବ୍ୟବସ୍ଥା । କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେଭେନ୍ସା ଛାତ୍ରଛାତ୍ରୀ ଓ ବିଜୁଛାତ୍ର ଜନତା ଦଳ କର୍ମୀ। ଅଧିକ ପଢନ୍ତୁ...

Reservation system in medical and engineering courses:  Students and bjd member congrts cm
ମେଡ଼ିକାଲ ଓ ଇଞ୍ଜିନିୟରିଂରେ ପାଠପଢାରେ ସଂରକ୍ଷଣ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେଲେ ଛାତ୍ରଛାତ୍ରୀ ଓ କର୍ମୀ

କଟକ: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମେଡ଼ିକାଲ ଓ ଇଞ୍ଜିନିୟରିଂରେ ପାଠ ପଢାରେ ସଂରକ୍ଷଣ ନେଇ କ୍ୟାବିନେଟରେ ହୋଇଥିବା ନିଷ୍ପତିକୁ ରାଜ୍ୟ ସାରା ସ୍ବାଗତ କରାଯାଉଛି । ଏହି କ୍ରମରେ ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ବାଗତ କରି ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉତ୍ସବ ପାଳନ କରାଯାଇଥିଲା ।

ଏଥିରେ ବାରବାଟୀ କଟକ ବିଧାୟକ ସୋଭିକ ବିଶ୍ବାଳଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ଅନେକ ସଦସ୍ୟ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାଦ୍ବାରା ସରକାରୀ ସ୍କୁଲ ଗୁଡ଼ିକ ପ୍ରତି ବିମୁଖ ହେଉଥିବା ଛାତ୍ରଛାତ୍ରୀ ଏବଂ ଅବିଭାବକମାନଙ୍କ ମଧ୍ୟରେ ପୁଣି ଥରେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.