ETV Bharat / city

କଟକ ଜିଲ୍ଲାର 10ଟି ବୁଥରେ ସାନି ମତଦାନ, ସୁରକ୍ଷାବ୍ୟବସ୍ଥା କଡାକଡି

ଜିଲ୍ଲାର 10ଟି ବୁଥ୍‌ରେ ଚାଲିଛି ସାନି ମତଦାନ । ମାହାଙ୍ଗା ଓ ଆଠଗଡରେ 4ଟି ଲେଖାଏଁ ବୁଥ୍‌ ଏବଂ ବଡମ୍ବା ଓ ସାଲେପୁରରେ ଗୋଟିଏ ଲେଖାଏଁ ବୁଥ୍‌ରେ ଚାଲିଛି ଭୋଟଗ୍ରହଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 19, 2019, 8:18 AM IST

Updated : May 19, 2019, 12:05 PM IST

କଟକ: ଜିଲ୍ଲାର 10ଟି ବୁଥ୍‌ରେ ଚାଲିଛି ସାନି ମତଦାନ । ବଡମ୍ବା, ଆଠଗଡ, ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ହେଉଛି ସାନି ଭୋଟ ଗ୍ରହଣ । ବଡମ୍ବାର 196 ନମ୍ବର ବୁଥ୍‌ ଓ ସାଲେପୁରର 87 ନମ୍ବର ବୁଥରେ ଚାଲିଛି ସାନି ମତଦାନ । ସେହିପରି ମାହାଙ୍ଗାର 57, 58, 144 ଓ 457 ନମ୍ବର ବୁଥ୍‌ ଏବଂ ଆଠଗଡର 90, 100, 137 ଓ 138 ବୁଥ୍‌ରେ ହେଉଛି ସାନି ଭୋଟ ଗ୍ରହଣ ।

10ଟି ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଗଣ୍ଡଗୋଳ ଓ ଇଭିଏମ୍‌ ତ୍ରୁଟି ଯୋଗୁଁ ବାତିଲ ପୁଣିଥରେ ମତଦାନ ହେବାକୁ ନିଆଯାଇଥିଲା ନିଷ୍ପତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯୬ ନମ୍ବର ବୁଥ୍‌ରେ ମତଦାନ ହେଉଥିବାବେଳେ ସମୁଦାୟ ଭୋଟର ସଂଖ୍ୟା ୧୧୯୧ ରହିଛି । ଏଥି ମଧ୍ୟରୁ ପୁରୁଷ ଭୋଟର ୬୬୦ ଥିବାବେଳେ ମହିଳା ଭୋଟର ୫୩୧ ରହିଛନ୍ତି ।

ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର 4ଟି ବୁଥ୍‌ରେ ଚାଲିଛି ଭୋଟ ଗ୍ରହଣ । ମଉଦା ପଞ୍ଚାୟତର 57 ଓ 58 ନମ୍ବର ବୁଥ୍‌ ସହିତ ନାହାଙ୍ଗ ପଞ୍ଚାୟତର 157 ନମ୍ବର ବୁଥ୍‌ ଏବଂ ଓସଙ୍ଗ ପଞ୍ଚାୟତର 144 ନମ୍ବର ବୁଥ୍‌ରେ ସିସିଟିଭି କ୍ୟାମେରା ସହିତ ବ୍ୟାପକ ପୋଲିସ ଫୋର୍ସ ମଧ୍ୟରେ ସାନି ମତଦାନ ହେଉଛି ।

ଅନ୍ୟପଟେ ଆଠଗଡରେ 4ଟି ବୁଥ୍‌ରେ ସାନି ମତଦାନ ହେଉଥିବାବେଳେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସମସ୍ତ ବୁଥ ପରିଦର୍ଶନ କରି କିଭଳି ଶାନ୍ତିଶୃଙ୍ଖଳାରେ ମତଦାନ ହେବ, ସେ ନେଇ ସମୀକ୍ଷା କରିଛନ୍ତି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
Last Updated : May 19, 2019, 12:05 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.