ETV Bharat / city

କଟକରେ ଧୁମଧାମରେ ପାଳନ ହେଲା ରାବଣ ପୋଡି - କଟକ ଦୁର୍ଗାପୂଜା

କଟକରେ ଧୁମଧାମରେ ପାଳନ ହେଲା ରାବଣ ପୋଡି ଉତ୍ସବ । ଆତସବାଜିରେ କମ୍ପିଲା ବାଲିଯାତ୍ରା ପଡିଆ । ଅଧିକ ପଢନ୍ତୁ

କଟକରେ ଧୁମଧାମରେ ପାଳନ ହେଲା ରାବଣ ପୋଡି
କଟକରେ ଧୁମଧାମରେ ପାଳନ ହେଲା ରାବଣ ପୋଡି
author img

By

Published : Oct 6, 2022, 8:30 AM IST

କଟକ: ଲଘୁଚାପ ବର୍ଷା ସତ୍ତ୍ବେ ଫିକା ପଡିଲାନି ରାବଣ ପୋଡି ଉତ୍ସବ । ବିଜୟା ଦଶମୀ ଅବସରରେ ସିଲଭର ସିଟି କଟକରେ ଧୁମଧାମରେ ପାଳିତ ହେଲା ରାବଣ ପୋଡି(Ravana Podi celebrated in Cuttack) । ବାରବାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବାଲିଯାତ୍ରା ପଡ଼ିଆରେ ଏହି ଉତ୍ସବ ଆୟୋଜିତ ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କାରଣରୁ ଉତ୍ସବ ପାଳନ ସମ୍ଭବପର ହେଉନଥିଲା । କିନ୍ତୁ ଚଳିତବର୍ଷ ତାହାକୁ ବେଶ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଆତସବାଜିରେ କମ୍ପିଛି ପୁରା ବାଲିଯାତ୍ରା ପଡିଆ । ଏହା ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା ।

କଟକରେ ଧୁମଧାମରେ ପାଳନ ହେଲା ରାବଣ ପୋଡି

ତେବେ ହଠାତ୍ ଲଘୁଚାପ ଜନିତ ବର୍ଷା ହେବାରୁ କିଛି ସମୟ ପାଇଁ ରାବଣ ପୋଡି ବାଧାପ୍ରାପ୍ତ ହୋଇଥିଲା । ଚେୟାର ମୁଣ୍ଡରେ ରଖି ବର୍ଷାରୁ ରକ୍ଷା ପାଇଥିଲେ ଦେଖେଣାହାରୀ । କିନ୍ତୁ ବର୍ଷା ଛାଡିବା କ୍ଷଣି OCA ସଭାପତି ପଙ୍କଜ ଲୋଚନ ମହାନ୍ତି ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ଆଉ ଆରମ୍ଭ ହୋଇଥିଲା ଆତସବାଜି । ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାକୁ ଅନ୍ୟାୟ ଓ ପାପ ମୁକ୍ତ କରିଥିଲେ । ତେଣୁ ପ୍ରତ୍ୟେକ ବର୍ଷ ଅଧର୍ମ ଉପରେ ଧର୍ମର ବିଜୟକୁ ମନେ ପକାଇବା ପାଇଁ ରାବଣ ପୋଡି ଉତ୍ସବ ପାଳିତ ହୁଏ ।

ଭାଇଚାରାର ସହର କଟକରେ ଦଳ ମତ ନିର୍ବିଶେଷରେ ଏହି ଉତ୍ସବ ଆୟୋଜିତ ହୋଇଥାଏ । ବିଗତ 31 ବର୍ଷ ଧରି କଟକ ବାଲିଯାତ୍ରା ପଡିଆରେ ରାବଣ ପୋଡି ପାଳନ କରି ଆସୁଛି ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦଳମତ ନିର୍ବିଶେଷରେ ରାଜ୍ୟ ରାଜନୀତି, କଳା, ସଂସ୍କୃତିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହାସହ ହଜାର ହଜାର ଲୋକଙ୍କ ଉପସ୍ଥିତ ରହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବା ସହ ରାବଣ ପୋଡି ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଝାରପଡାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

ଗତକାଲି ବିଜୟା ଦଶମୀରେ ମା' ଜଗତଜନନୀଙ୍କ ନବଦିନାତ୍ମକ ପୂଜା ଶେଷ ହୋଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା' । ପୁଣି ଆର ବର୍ଷକୁ ଅପେକ୍ଷା କରିବେ ଭକ୍ତ । କଟକରେ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.