ETV Bharat / city

ରଥଯାତ୍ରା ପ୍ରସଙ୍ଗ: ସୋମବାର ସୁପ୍ରିମକୋର୍ଟରେ ହେବ ଶୁଣାଣି

author img

By

Published : Jun 21, 2020, 3:39 PM IST

ରଥଯାତ୍ରା ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଦିନ ୧୧ଟା ରେ ସୁପ୍ରମକୋର୍ଟର ଜଣିକିଆ ବେଞ୍ଚ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସଙ୍ଗ: ସୋମବାର ସୁପ୍ରିମକୋର୍ଟରେ ହେବ ଶୁଣାଣି
ରଥଯାତ୍ରା ପ୍ରସଙ୍ଗ: ସୋମବାର ସୁପ୍ରିମକୋର୍ଟରେ ହେବ ଶୁଣାଣି

କଟକ: ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଲାଗି ରହିଛି ସସପେନ୍ସ । ତେବେ ବଡଦାଣ୍ଡରେ ରଥ ଗଡିବ କି ନାହିଁ ଏନେଇ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏବେ ସୁଦ୍ଧା ଏକାଧିକ ପିଟିସନ ଦାଖଲ ହୋଇସାରିଲାଣି ।

ସୋମବାର ଦିନ ୧୧ଟାରେ ସୁପ୍ରମକୋର୍ଟର ଜଣିକିଆ ବେଞ୍ଚ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିବେ ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ । ରଥଯାତ୍ରା ପାଇଁ ଅନୁମତି ଦେବାକୁ ଏକାଧିକ ପିଟିସନ ଦାଖଲ କରାଯାଇଛି । ରୀତିନୀତି ଅନୁଯାୟୀ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନ ଦାୟର ହୋଇଛି ।

ଏପଟେ ରଥଯାତ୍ରକୁ ନେଇ ରାଜ୍ୟବାସୀ ଏବେ ବି ଆଶାବାଦୀ ରହିଛନ୍ତି । ମୂଳପୀଠରେ ରଥଯାତ୍ରା ହେବା ନିହାତି ଜରୁରୀ ବୋଲି ଶନିବାର ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ କି ନାହିଁ ସୋମବାର କୋର୍ଟଙ୍କ ଶୁଣାଣି ପରେ ହିଁ ସ୍ପଷ୍ଟ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.