କଟକ: ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି । ଆଗରୁ ଯାହା ଥିଲା ଏବେବି ସେଇଆ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହାପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ । ଆଜି ବିନା ମାସ୍କ ରେ 236 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 156 ଜଣ ତଣ୍ଡ ଗଣିଛନ୍ତି ।
ତେବେ ଲାଗୁଛି ସଟଡାଉନକୁ ପାସୋରି ଗଲେ ଅମାନିଆ । କିନ୍ତୁ ଆଜି କଥା ଦେଖିବା ତେବେ ସାମଜିକ ଦୂରlତ୍ବ ନିୟମ ଭଙ୍ଗ ମାମଲା ଗତକଲିଠୁ କମ ଆସିଛି । ତେବେ ଆସନ୍ତାକାଲି 10ଟା ପର୍ଯ୍ୟନ୍ତ ବେଧଡ଼କ ବଜାର ଘାଟରେ ବୁଲିବେ ଅମାନିଆ । ସ୍ଥିତି କଣ ହେବ ତାହା ଭଗବାନଙ୍କୁ ଜଣା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ