କଟକ: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ଜନ୍ମଦିନ। ଏହି ଅବସରରେ କଟକ ସହରରେ ଥିବା ରାମ ମନ୍ଦିରରେ ନିରାଡମ୍ବର ଭାବରେ ପୂଜାର୍ଚ୍ଚନା କରାଯାଇଛି। କୋଭିଡ ନିୟମ ଅନୁଯାୟୀ ସମସ୍ତ ଆଧ୍ୟାତ୍ମିକ ସ୍ଥାନରେ ଭକ୍ତ ସମାବେଶ ଉପରେ କଟକଣା ଲଗାଯାଇଛି। ଫଳରେ ମନ୍ଦିରକୁ କୈଣସି ଭକ୍ତ ପ୍ରବେଶ କରିପାରିନଥିଲେ।
କେବଳ ବିଧି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ପ୍ରତ୍ୟେକ ବର୍ଷ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ମାତ୍ର ଚଳିତବର୍ଷ କୋରୋନା ପାଇଁ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମି ନଥିଲା ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ