ETV Bharat / city

କଟକ ଷ୍ଟେସନରେ ରେଳମନ୍ତ୍ରୀ, ଉନ୍ନତିକରଣ କାର୍ଯ୍ୟର କଲେ ଶିଳାନ୍ୟାସ

କଟକ ରେଳ ଷ୍ଟେସନ ଦ୍ବିତୀୟ ପ୍ରବେଶ ପଥର ଉଦ୍‌ଘାଟନ ଓ ଷ୍ଟେସନର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅଶ୍ବିନୀ ବୈଷ୍ଣବ । ସେହିପରି ଆଠଗଡସ୍ଥିତ GIMSAR ପରିସରରେ ସ୍ବାସ୍ଥ୍ୟସେବା ରଥର ହେଲା ଲୋକାର୍ପଣ । ଅଧିକ ପଢନ୍ତୁ

author img

By

Published : Jan 7, 2022, 1:42 PM IST

କଟକ ରେଳଷ୍ଟେସନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉନ୍ନତିକରଣ କାର୍ଯ୍ୟର କଲେ ଶିଳାନ୍ୟାସ

କଟକ: ବିଶ୍ବସ୍ତରୀୟ ହେବ କଟକ ରେଳ ଷ୍ଟେସନ । ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥର ଉଦ୍‌ଘାଟନ ଓ ଷ୍ଟେସନର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଆଜି(ଶୁକ୍ରବାର) ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କଟକ ଷ୍ଟେସନକୁ ନୂଆ କରି ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି । ରେଳ ଷ୍ଟେସନକୁ ଆହୁରି ଅତ୍ୟାଧୁନିକରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ଆଠଗଡ ମାଧପୁର ଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର(GIMSAR) ପରିସରରେ ସ୍ବାସ୍ଥ୍ୟସେବା ରଥର ଶୁଭ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ମୋବାଇଲ ୟୁନିଟରେ ଡାକ୍ତର, ନର୍ସ ଠାରୁ ଆରମ୍ଭ କରି ସମସ୍ତ ସେବା ଉପଲବ୍ଧ ହେବ । ଆଠଗଡ ଉପଖଣ୍ଡର ଗାଁ ଗାଁରେ ମାଗଣାରେ ପହଞ୍ଚିବ ଏହି ସ୍ବାସ୍ଥ୍ୟସେବା ରଥ । ଏଥିସହ ଆଠଗଡରୁ କଟକ ବଡ ମେଡିକାଲ ଯାଉଥିବା ରାସ୍ତା ଘଣ୍ଟିଖାଲ ରେଲଓ୍ବେ କ୍ରସିଂରେ ଭୂତଳ ବ୍ରିଜ୍ ନିର୍ମାଣ କରିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତ ଦେଇଛନ୍ତି । ମାଧପୁରସ୍ଥିତ ଜିମ୍ସାର(GIMSAR) ମେଡିକାଲକୁ ମନ୍ତ୍ରୀ ୪୦ ଲକ୍ଷ ଟଙ୍କା ବ୍ୟୟରେ ICU ଓ ମୋବାଇଲ ୟୁନିଟ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ନେଇ ଜିମସାର ଅଧ୍ୟକ୍ଷ ନିରଞ୍ଜନ ରଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.