କଟକ: ମୁଣ୍ଡୁଳୀ ବ୍ୟାରେଜ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ । ମୁଣ୍ଡୁଳୀରେ 10 ଲକ୍ଷରୁ ଉର୍ଦ୍ଧ୍ୱ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ଗୁଡିକ କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହାଛଡା ଆଗକୁ ଏହି ସ୍ଥିତିରେ କିପରି ସୁଧାର ଆସି ପାରିବ ଏନେଇ ଅନ୍ୟ ବିଭାଗୀୟ ଅଧକାରୀଙ୍କ ଆଲୋଚନା କରିଥିଲେ ମନ୍ତ୍ରୀ ।
ତେବେ ଏହାରି ଭିତରେ ହୀରାକୁଦ 3 ଟି ଗେଟ ବନ୍ଦ କରିଛି । କଟକର ଆଠଗଡ଼ ବାଙ୍କୀ ତିଗିରିଆ ଆଦି ଅଞ୍ଚଳରେ ବଢି ପାଣି ପଶିବା ଆରମ୍ଭ ହୋଇ ସାରିଛି । ଯାହାଦ୍ୱରା ଅନେକ କିଛି କ୍ଷତି ସହିଲେଣି ଲୋକେ । ତେବେ ଏହା ଉପରେ ସରକାରଙ୍କ ନଜର ରହିଛି । ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବନ୍ୟା ଅଞ୍ଚଳ ଭ୍ରମଣ କରିବା ନେଇ ସୂଚନା ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ