ETV Bharat / city

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲା, ଡିସେମ୍ବର ୧୬ରେ ଆଗାମୀ ଶୁଣାଣି

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ନୂଆ ମୋଡ । ଅମୃତ ମଣୋହି ଜମି ବିକ୍ରି ଓ ନିର୍ମାଣ କାର୍ଯ୍ୟ ହାଇକୋର୍ଟଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ । ଅଧିକ ପଢନ୍ତୁ...

author img

By

Published : Sep 23, 2021, 10:12 PM IST

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲା, ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ: ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ନୂଆ ମୋଡ । ଅମୃତ ମଣୋହି ଜମି ବିକ୍ରି ଓ ନିର୍ମାଣ କାର୍ଯ୍ୟ ହାଇକୋର୍ଟଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ମାମଲା ।

ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସମ୍ବିତ ପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାର ହାଇକୋର୍ଟ ଶୁଣାଣି କରି ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ଅନ୍ତରୀଣ ଆବେଦନ ରୁଜୁ କରାଯାଇ ଥିବା ବେଳେ ତାହାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଯୁକ୍ତି ବାଢି ଥିଲେ ଵରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ସାବିକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିବା ବେଳେ ହାଲ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ଆଇନଜୀବୀ ଆଚାର୍ଯ୍ୟ । ୧୯୫୫ ମସିହାରେ ଶ୍ରୀମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ତାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି ।

ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀ ମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ । ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟଙ୍କ ବିଚାରଧୀନ ରହିଛି । ଆସନ୍ତା ଡିସେମ୍ବର ୧୬ ତାରିଖରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.