କଟକ: ପାର୍ବଣ ଋତୁ ପାଇଁ ସୋମବାର ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପର୍ବ ପାଳନ ହେବ । ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏହା ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ । ସେପଟେ ଏହି ନିର୍ଦ୍ଦେଶନାମା କୋହଳ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି କଟକ ସହରର ପୂଜା କମିଟି କର୍ମକର୍ତ୍ତା ।
ପାର୍ବଣ ଗାଇଡଲାଇନରେ କୋହଳ ପାଇଁ ସରକାରଙ୍କୁ ନିବେଦନ ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡ଼ଲାଇନ ଆସିବା ପରେ କଟକ ପୂଜା କମିଟିରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । କୋଭିଡ ସ୍ଥିତି ଧୀରେ ଧୀରେ ଆୟତ୍ତ ହେଉଥିବାରୁ ଏସଓପିରେ କୋହଳ ଆଣିବା ପାଇଁ ପ୍ରତିକ୍ରିୟା ରଖିଛନ୍ତି ପୂଜା କମିଟି ସଦସ୍ୟ । ମା'ଙ୍କ ଉଚ୍ଚତା ପୂର୍ବ ପରି ରହୁ, କଟକଣା ମଧ୍ୟରେ ସାଧାରଣ ଦର୍ଶନ ଅନୁମତି ମିଳୁ ଓ କୋଭିଡ କଟକଣା ଆଧାରରେ ବିସର୍ଜନ କାର୍ଯ୍ୟ ବିକ୍ଷିପ୍ତ ଭାବେ ନ କରାଯାଇ କେବଳ ଦେବୀଗଡାରେ କରାଯିବାକୁ ସରକାର ଅନୁମତି ଦେବା ଉଚିତ୍ ପୂଜା କମିଟି କର୍ମକର୍ତ୍ତା ମତ ରଖିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ମଧ୍ୟରେ ଏକ ଶାନ୍ତି କମିଟି ବୈଠକ ଡକାଯିବ । ବୈଠକରେ ଏସଓପିରେ ସାମନ୍ୟ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ