ETV Bharat / city

ଏଥର ଧୁମଧାମରେ ପାଳନ ହେବ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ - ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ

କଟକ ସହରରେ ପାଳନ କରାଯିବ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ । ଅଧିକ ପଢ଼ନ୍ତୁ

୯ରେ ପାଳନ ହେବ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ
୯ରେ ପାଳନ ହେବ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ
author img

By

Published : Sep 30, 2022, 1:22 PM IST

କଟକ: ଆସନ୍ତା ୯ ତାରିଖରେ କଟକ ସହରରେ ପାଳନ କରାଯିବ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ । କୋରୋନା ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ଥିବା ଏହି ପର୍ବ ଚଳିତଥର ଧୁମଧାମରେ ପାଳନ କରାଯିବ । ଏନେଇ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

୯ରେ ପାଳନ ହେବ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ

ଇସଲାମ ଧର୍ମାବଲମ୍ବୀଙ୍କ ଏହି ପର୍ବରେ କଟକ ସହରର ବିଭିନ୍ନ ମସଜିଦ ପକ୍ଷରୁ ସେହିଦିନ ପ୍ରଫେଟ ମହମ୍ମଦଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରା ବାହାରିବ । ସମସ୍ତେ ହାବଡା ମଟର ଛକ ସ୍ଥିତ ମସ୍ତାନ ଦରଘା ରୋଡରେ ଏକାଠି ହୋଇ ବକ୍ସି ବଜାର, ସୂତାହାଟ ଦେଇ ସିଧାସଳଖ ଦରଘା ବଜାର ସ୍ଥିତ କଦମରସୁଲ ପହଞ୍ଚିବେ । ପରସ୍ପରକୁ ସହଯୋଗ କରି ଶାନ୍ତିଶୃଙ୍ଖଳା ସହ ଏହି ପର୍ବକୁ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଭିନ୍ନ ଥାନା ଆଇଆଇସି, ଜୋନ ଏସିପି ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.