କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଫେରାର । ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ କଏଦୀ ଜଣଙ୍କ ଚମ୍ପଟ ମାରିଥିବା ଜଣାପଡିଛି । ଶୁକ୍ରବାର ଫେରାର ହୋଇଯାଇଥିବା ବେଳେ ଆଜି ପୁରୀ ବାଇପାସ ସାଇ ମନ୍ଦିର ନିକଟରୁ ପୋଲିସ ତାଙ୍କୁ କାବୁ କରିଛି । କଏଦୀ ଜଣଙ୍କ ହେଉଛନ୍ତି କୋରାପୁଟ ଅଞ୍ଚଳର ମୁକୁଶାନ୍ତା । ଏକ ହତ୍ୟା ମାମଲାରେ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିଲେ ।
ତେବେ ଜେଲରେ ଥିବା ସମୟରେ ଗଳା କର୍କଟରେ ପୀଡିତ ହୋଇଥିଲେ । ଏନେଇ ଗତ ଗୁରୁବାର ଚିକିତ୍ସା ପାଇଁ ତାଙ୍କୁ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୁକ୍ରବାର ଦିନ ମେଡିକାଲରୁ ସେ ଚମ୍ପଟ ମାରିଥିବା ଚୌଦ୍ୱାର ଜେଲ ସୁପରିଣ୍ଡେଣ୍ଟ ସୂଚନା ଦେଇଥିଲେ । ପ୍ରାୟ ଏକ ବର୍ଷ ହେବ ତାଙ୍କୁ କୋରାପୁଟରୁ ଚୌଦ୍ୱାର ଜେଲକୁ ପଠାଯାଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ତଦନ୍ତ କରି କଏଦୀ ଜଣଙ୍କୁ ଠାବ କରିଛି ପୋଲିସ ।