ETV Bharat / city

ଜେଲ ଭିତରୁ ଅପରାଧ ଚେର, ଶାଖା ବଢାଉଛି ଲିଟୁଆ ବେହେରା - cuttack chaudwar

ଜେଲ ଭିତରେ ଥାଇ ଦାଦାବଟି ମାଗିବା ସହ ମାରିଦେବାକୁ ଧମକ । କଟକ ଚୌଦ୍ବାର ଜେଲରୁ ଏଭଳି ଅପରାଧିକ ମଞ୍ଜି ବୁଣି ଚାଲିଛି ଧଳସାମନ୍ତର ପ୍ରମୁଖ ସହଯୋଗୀ କୁହାଯାଉଥିବା ଲିଟୁଆ ବେହେରା । ।ଏହି ଘଟଣାରେ 4ଜଣକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।

Litua behera
ଜେଲରେ ରହି ଅପରାଧ ବଢ଼ାଉଛି ଲିଟୁଆ ବେହେରା
author img

By

Published : Jan 27, 2020, 2:29 PM IST

କଟକ: ଚୌଦ୍ବାର ଜେଲରେ ପୁଣି ଅପରାଧି ଷଡଯନ୍ତ୍ର । ଜେଲ ଭିତରେ ଥାଇ ଅପରାଧର ମଞ୍ଜି ବୁଣି ଚାଲିଛି ଦୁର୍ଦ୍ଦାନ୍ତ ଅପରାଧି ଲିଟୁଆ ବେହେରା । ଧଳସାମନ୍ତର ପ୍ରମୁଖ ସହଯୋଗୀ କୁହାଯାଉଥିବା ଲିଟୁଆ ବେହେରା ଜେଲ ଭିତରେ ଥାଇ 50 ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ଜୀବନର ମାରିଦେବାକୁ ଧମକ ଦେଉଛି । ଏଭଳି ଅଭିଯୋଗ ଆସିବା ପରେ 4 ଜଣକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।

ଜେଲ ଭିତରୁ ଅପରାଧ ଚେର, ଶାଖା ବଢାଉଛି ଲିଟୁଆ ବେହେରା

ମହାନଦୀ ବିହାରର ଗୋପାଳ ଗୁପ୍ତା ନାମକ ଜଣେ ବ୍ୟକ୍ତିକୁ 50 ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ନ ଦେଲେ ଜୀବନରୁ ମାରିଦେବାକୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବା ପରେ 4 ଜଣକୁ ଗିରଫ କରାଯାଇଥିବାବେଳେ, ଏଥିରୁ ଦୁଇ ଜଣ ଲିଟୁଆର ସହଯୋଗୀ ହୋଇଥିବାବେଳେ, ଅନ୍ୟ ଦୁଇ ଜଣ ଲିଟୁଆର ବାପା ମାଆ ।

ଅନ୍ୟପଟେ, ଏହି ମାମଲାର ଆହୁରି ତଦନ୍ତ ଜାରି ରଖିଛି ପୋଲିସ । ପ୍ରକାଶଯୋଗ୍ୟ, ଲିଟୁଆର ଆହୁରି ସହଯୋଗୀ ସହରରେ ରହୁଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ତିରନାଥ ମିଶ୍ର । ଏହା ବ୍ୟତୀତ ସକିଲର ସହଯୋଗୀ ଓ ତାର ମହିଳାବନ୍ଧୁକୁ ମଧ୍ୟ ଦାଦାବଟି ମାଗିବା ଉଦ୍ଦେଶ୍ୟରେ ଗିରଫ କରାଯାଇଛି । ତେବେ ଜେଲ ମଧ୍ୟରେ କୁଖ୍ୟାତ ଅପରାଧିମାନେ ଜେଲ ରହି କିପରି ଅପରାଧ ଘଟାଇବାକୁ ଉଦ୍ୟମ କରୁଛନ୍ତି ତାହା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପୁଣିଥରେ କଟକ ଚୌଦ୍ୱାର ଜେଲ ଭିତରେ ଥିବା ଜଣେ ଦୁର୍ଦାନ୍ତ ଅପରାଧୀ ନାଁ ରେ ଆସିଲା ସଂଗତିକ ଅଭିଯୋଗ । ଧଳ ସାମନ୍ତ ର ପ୍ରମୁଖ ସହଯୋଗୀ କୁହାଯାଉଥିବା ଲିଟୁଆ ବେହେରା ଜେଲ ମଧ୍ୟରେ ରହି ମଧ୍ୟ ବାହାରେ ବେଧଡ଼କ ଅପରାଧ ର ମଞ୍ଜି ବୁଣୁଚି ସେ ।

ମହାନଦୀ ବିହାର ର ଗୋପାଳ ଗୁପ୍ତା ନାମକ ଜଣେ ବ୍ୟକ୍ତି କୁ 50 ଲକ୍ଷ ଟଙ୍କା ଦାଦାଵଟି ମାଗିବା ଆଉ ନଦେଲେ ଜୀବନରୁ ମାରିଦେବା ଅଭିଯୋଗ ରେ ଚାଉଳିଆଗଞ୍ଜ ଥାନା ରେ ଏତେଲା ଆଧାର ରେ 4 ଜଣକୁ ଗିରଫ ମଧ୍ୟ କରାଯାଇ ଥିଲା । ଦୁଇ ଜଣ ଲିଟୁଆ ଏ ସହଯୋଗୀ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଲିଟୁଆ ର ପିତା ମାତା ।

Body:ତେବେ ଏହି ମାମଲା ରେ ଆହୁରି ତଦନ୍ତ ଜାରି ରହିଛି । ସୂଚନା ରହିଛି କି ଲିଟୁଆ ର ଆହୁରି ସହଯୋଗୀ ସହର ରେ ରହିଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତରିକ୍ତ ଡିସିପି ତିରନାଥ ମିଶ୍ର ।

ଏହାଛଡା ସକିଲ ର ସହଯୋଗୀ ଓ ଗାର୍ଲଫ୍ରେଣ୍ଡ ମଧ୍ୟ ଦାଦାବଟି ମାଗିବା ଉଦ୍ଧେଶ୍ୟରେ ଗିରଫ ହୋଇଛନ୍ତି । ତେବେ ଜେଲ ମଧ୍ୟରେ କୁଖ୍ୟାତ ଅପରାଧୀ ମାନେ ରହି ସେମାନଙ୍କ ଅପରାଧ ର ଶାଖା ବଢ଼ାଉଛନ୍ତି କେମିତି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି ।

Conclusion:ବାଇଟ: ତିରନାଥ ମିଶ୍ର( କଟକ ଅତରିକ୍ତ ଡିସିପି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.