ETV Bharat / city

ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଅଧିକ ପଢନ୍ତୁ...

pipili-byelection
ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ
author img

By

Published : Mar 2, 2021, 5:36 PM IST

କଟକ: ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରିଟର୍ଣ୍ଣିଂ ଅଫିସରଙ୍କ ନିଯୁକ୍ତି ଶେଷ ହୋଇଛି। ପୋଲିଂ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତି ସରିଛି। ଇଭିଏମ ମେସିନ ଗୁଡିକର ପରୀକ୍ଷା ନିରୀକ୍ଷା ଶେଷ ହୋଇଛି। କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ରହିବେ ନାହିଁ। ସେଥିପାଇଁ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ତେବେ କେନ୍ଦ୍ର ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

ସୂଚନାଥାଉକି 5 ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି କିନ୍ତୁ ପିପିଲି ଉପନିର୍ବାଚନ ନେଇ ଘୋଷଣା କରାଯାଇନାହିଁ । ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଛି ପିପିଲି ବିଧାନସଭା ଆସନ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.