କଟକ: ସାଧାରଣତନ୍ତ୍ର ଦିବସ ପାଇଁ ସରିଲା ପରେଡ଼ ପ୍ରସ୍ତୁତି । ଖୋଦ ଡିସିପି ରହି ପ୍ଲାଟୁନ ମାନଙ୍କୁ ଦେଇଛନ୍ତି ସଠିକ ମାର୍ଗ । କିପରି ଚଳିବର୍ଷ କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ସୁଚାର ରୂପରେ ପାଳନ ହେବ ତାହା ଉପରେ ନଜର ରଖିଛି କମିଶନରେଟ ପୋଲିସ ।
ମୋଟ 2 ପ୍ଲାଟୁନ ଓ ଏକ ବ୍ୟାଣ୍ଡ ପରେଡ଼ରେ ଭାଗ ନେଇଛନ୍ତି। ଏମିତକି ଷ୍ଟାଡିୟମକୁ ସାଧାରଣ ଲୋକଙ୍କୁ ପ୍ରବେଶ ନିଷେଧ ରହିଛି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତକା ଉତ୍ତୋଳନ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ