ETV Bharat / city

Post-Poll Violence: ବାଙ୍କୀରେ ରାଜନୈତିକ ହିଂସା, ଘରେ ପଶିଲେ ଗାଡି ଭାଙ୍ଗିଲେ - ବାଙ୍କୀରେ ରାଜନୈତିକ ହିଂସାକାଣ୍ଡ

ବାଙ୍କୀରେ ରାଜନୈତିକ ହିଂସାକାଣ୍ଡ । ଘର ଭଙ୍ଗାରୁଜା ସହିତ ଲୁଟ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Post Election Violence: ବାଙ୍କୀରେ ରାଜନୈତିକ ହିଂସାକାଣ୍ଡ

author img

By

Published : Mar 20, 2022, 6:05 PM IST

କଟକ: ହୋଲି ଖେଳ ପରେ ପରେ ରାଜନୈତିକ ହିଂସାକାଣ୍ଡ । ଘର ଭଙ୍ଗାରୁଜା ସହିତ ଲୁଟ ହୋଇଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲାର ବାଙ୍କୀ ବୈଦେଶ୍ୱର ଥାନା ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା କାଳିପୋଇ ଗାଁରେ ଘଟିଛି ଏଭଳି ଅଘଟଣ । ପୂର୍ବ ପଞ୍ଚାୟତ ନିର୍ବାଚନକୁ ନେଇ ନିର୍ବାଚିତ ସମିତିସଭ୍ୟଙ୍କ ସମର୍ଥକମାନଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସମର୍ଥକଙ୍କୁ ଗାଁରେ ନ ପଶିବା ପାଇଁ ଧମକ ଚମକ ଦେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି । ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କ ସହ ପ୍ରଥମେ ଗଣ୍ଡଗୋଳ ହୋଇଥିଲା ।

Post Election Violence: ବାଙ୍କୀରେ ରାଜନୈତିକ ହିଂସାକାଣ୍ଡ

ଏହାବି ପଢନ୍ତୁ : ଜଗା ଦର୍ଶନରେ ଅବ୍ୟବସ୍ଥା: ପ୍ରବଳ ଖରାରେ କଲବଲ ଭକ୍ତ, NHRCଙ୍କ ନିକଟରେ ଅଭିଯୋଗ

ସୂଚନା ଅନୁଯାୟୀ ଚଢ଼େଇବନ୍ଧ ଗାଁର କିଛି ଉତ୍ତ୍ୟକ୍ତ କଂଗ୍ରେସ ସମର୍ଥକମାନେ ବିଜେଡି ସମର୍ଥକଙ୍କ ଘର ଭିତରେ ପଶି ବାଇକ ଭଙ୍ଗାରୁଜା କରିବା ସହିତ ଲୁଟ ଉଦ୍ୟମ କରିଥିଲେ। ଏହାଦେଖି ସ୍ଥାନୀୟ ମହିଳାମାନେ ନିକଟସ୍ଥ ବୈଦେଶ୍ୱର ଥାନାକୁ ଫୋନ ମାଧ୍ୟମରେ ଜଣାଇଥିଲେ । ହେଲେ ଥାନାର କୌଣସି କର୍ମଚାରୀ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ । ତିନି ଘଣ୍ଟା ବିଳମ୍ବରେ ପୋଲିସ ପହଞ୍ଚିବାରୁ ଅଧିକ କ୍ଷତି ଘଟିଥିବାର ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ପରିବାର।

ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ପଞ୍ଚାୟତରେ ଉତ୍ତେଜନା ଲାଗି ରହିଥିବାର ପୋଲିସ ଜାଣିଥିଲେ ସୁଦ୍ଧା ସେଭଳି ପଦକ୍ଷେପ ଆଗୁଆ ନେଇ ନ ଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଗାଁରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.