ETV Bharat / city

କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ, ବିହାରରୁ ବନ୍ଧୁକ ଓ ଗୁଳି ଆଣି କଟକରେ ବିକ୍ରି କରୁଥିଲେ

author img

By

Published : Oct 16, 2022, 6:13 PM IST

କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ । କଟକରୁ ଜବତ ହେଲା ବନ୍ଧୁକ ସହ ଅଫୁଟା ଗୁଳି । କଟକ ନିମଚଉଡ଼ିରେ ଥିବା RNT କଲେଜ ନିକଟରେ ଡିଲ କରୁଥିବା ବେଳେ ଚଢାଉ କରିଥିଲା ଲାଲବାଗ ପୋଲିସ । ଅଧିକ ପଢନ୍ତୁ

କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ
କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ

କଟକ: ଲାଲବାଗ ଥାନା ପୋଲିସକୁ ବଡ ସଫଳତା । କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ । ପୁଣି କଟକରୁ ଜବତ ହେଲା ବନ୍ଧୁକ ସହ ଅଫୁଟା ଗୁଳି । କଟକ ନିମଚଉଡ଼ିରେ ଥିବା RNT କଲେଜ ନିକଟରେ ଡିଲ କରୁଥିବା ବେଳେ ଚଢାଉ କରିଥିଲା ଲାଲବାଗ ପୋଲିସ ।

କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ

ସୂଚନା ଅନୁସାରେ, କଟକ ନିମଚଉଡ଼ିରେ ଥିବା RNT କଲେଜ ନିକଟରେ ବସି ବନ୍ଧୁକ ଡିଲ କରୁଥିଲେ ଅଭିଯୁକ୍ତ । ଏନେଇ ଖବରପାଇ ଚଢ଼ାଉ କରିଥିଲା ଲାଲବାଗ ପୋଲିସ । ଏହା ସହ ତିନି ବୋପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେଥିମଧ୍ଯରୁ ମାଷ୍ଟରମାଇଣ୍ଡ ଅପରାଧି ଫେରାର ହୋଇଯାଇଥିବା ସୂଚନା ରହିଛି । ଅଭିଯୁକ୍ତମାନଙ୍କ ଠାରୁ ସହ 3ଟି ବନ୍ଧୁକ 15 ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଜବତ କରିଛି ଲାଲବାଗ ପୋଲିସ(3 guns, 15 rounds of live ammunition & 3 bikes seized by Lalbag Police) । ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଅଭିଯୁକ୍ତମାନଙ୍କ ନାମରେ କଟକ ସମେତ ବିଭନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଥିଲା । ଅଭିଯୁକ୍ତମାନେ ବନ୍ଧୁକ କିସମ ଅନୁଯାଇ ରେଟ ଫିକ୍ସ କରିଥାନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ କଟକରେ ବେଆଇନ ବନ୍ଧୁକ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ଚଳାଇଛି ସ୍ପେଶାଲ ଡ୍ରାଇଭ । ସହର ଭିତରେ ଓ ସହର ବାହାରୁ ଆସୁଥିବା ବେଆଇନ ବନ୍ଧୁକ କାରବାରକୁ ରୋକିବା ପାଇଁ ଅଭିଯାନ ଯାରିରଖିଛି । ତେବେ ଏହି ବେଆଇନ ବନ୍ଧୁକ କାରବାର ଚେର ବିହାର ମୁଙ୍ଗେର ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ରହିଛି । କଟକ ଭୁବନେଶ୍ୱର ଜଗତସିଂହପୁର ଥିବା ବହୁ ଅପରାଧୀଙ୍କୁ ଯୋଗାଯାଉଥିଲା ଏହି ବେଆଇନ ବନ୍ଧୁକ । ତେବେ ଏହି ଅଭିଯୁକ୍ତ ମାନେ କେଉଁଠୁ ବନ୍ଧୁକ ଆଣିଥିଲେ ଆଉ କେଉଁଠି ବିକ୍ରି ହୋଇଥାନ୍ତା ବା ଅପରାଧ ଘଟାଇ ଥାନ୍ତେ ସେ ନେଇ ଅଧିକ ଖୋଳତାଡ ଜାରି ରଖିଛି ଲାଲବାଗ ଥାନା ପୋଲିସ ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, " ଆମେ ଆଜି କଟକରୁ ବନ୍ଧୁକ, ଅଫୁଟା ଗୁଳି ସହ 3 ଅଭିଯୁକ୍ତଙ୍କୁ ଗିରଫ କରୁଛି । ଏହାସହ ସେମାନଙ୍କ ନିକଟରୁ 3ଟି ବନ୍ଧୁକ 15 ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଜବତ କରିଛି ଲାଲବାଗ ପୋଲିସ । ଏହି ଘଟଣାରେ ଆମେ 3 ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ମାଷ୍ଟରମାଇଣ୍ଡ ଫେରାର ରହିଛି । ତାକୁ ମଧ୍ୟ ଯଥାଶୀଘ୍ର ଖୋଜିବା ପାଇଁ ସ୍ପେଶାଲ ସ୍କ୍ବାର୍ଡ ଏବଂ ଲାଲବାଗ ପୋଲିସ ତଦନ୍ତ ଜାରି ରଖିଛନ୍ତି । ମାଷ୍ଟରମାଇଣ୍ଡର ଘର ବିହାରରେ ହୋଇଥିବା ବେଳେ ଓଡିଶାର ଅନେକ ଜିଲ୍ଲାରେ ତାର ଗତିବିଧି ରହିଛି । ବିହାର ମୁଙ୍ଗେରରୁ ବନ୍ଧୁକ ଆଣି କଟକ ଜିଲ୍ଲା ଓ ଏହାର ଆଖପାଖରେ ବିକ୍ରି କରୁଥିଲେ । କଟକରେ ପାର୍ବଣ ଚାଲୁଥିବାରୁ ଅପରାଧୀଙ୍କ ଉପରେ କମିଶନରେଟ ପୋଲିସ କଡା ନଜର ରଖିବା ସହ ସ୍ପେଶାଲ ଡ୍ରାଇଭ ମଧ୍ଯ ଜାରି ରହିଥିଲା । ସେହି ଡ୍ରାଇଭରେ ଆମକୁ ଡେରୀରେ ହେଉପଛେ ସଫଳତା ମିଳିଛି । କାଳୀପୂଜା ଆଗରୁ ଆମକୁ ସଫଳତା ମିଳିଛି।"

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.