ETV Bharat / city

ଚୌଦ୍ୱାରରେ ଚୋରା ମଦ କାରବାର ଉପରେ ପୋଲିସର ଚଢାଉ, 3 ଗିରଫ

author img

By

Published : May 11, 2021, 9:27 PM IST

ଚୋରା ମଦ ବେପାର କରି ମାଲାମାଲ ହେବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ଆଜି କଟକ ଜିଲ୍ଲା ଚୌଦ୍ୱାର ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

Police raid on smuggled liquor in Chaudhwar,3 people are arrested
ଚୌଦ୍ୱାରରେ ଚୋରା ମଦ କାରବାର ଉପରେ ପୋଲିସର ଚଢାଉ, 3 ଗିରଫ

କଟକ: କୋଭିଡ ମହାମାରୀର ଦୁର୍ଦ୍ଦିନ ଭିତରେ ଲୋକମାନେ କାଳାତିପାତ କରୁଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଚୋରା ମଦ ବେପାର କରି ମାଲାମାଲ ହେବାରେ ଲାଗିଛନ୍ତି । ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ଆଜି କଟକ ଜିଲ୍ଲା ଚୌଦ୍ୱାର ପୋଲିସ ଗିରଫ କରିଛି ।

ଚୌଦ୍ୱାର ଓଟିଏମ କଲୋନୀର ଏକ ମହିଳା ଥାନାରେ ଅଭିଯୋଗ ଅନୁଯାୟୀ, କଲୋନୀରେ ତାଙ୍କର ପଡୋଶୀ ଚୋରା ମଦ ବିକିବା ଦ୍ୱାରା ସେମାନଙ୍କର ପିଲାମାନେ ମଦ ପିଇ ପଥ ଭ୍ରଷ୍ଟ ହେଉଛନ୍ତି,ଏଣୁ ଏହି ଚୋରା ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବା ପାଇଁ ଥାନାରେ ନିବେଦନ କରିଥିଲେ ।

ଥାନା ଅଧିକାରୀ ଘଟଣାର ତଦନ୍ତ କରି ଚୌଦ୍ୱାର ଓଟିଏମ କଲୋନୀରୁ 3 ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ୭୨୫ ବୋତଲ ବିଦେଶୀ ମଦ, ସହ ଦୁଇଟି ବାଇକ, ଦୁଇଟି ସ୍କୁଟି ଓ ଗୋଟିଏ କାର ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.